କିଏ ତିଆରି କଲା ଏମିତି ପୋଷ୍ଟର ପପୁ କହିଲେ ମୁଁ ଜାଣିନି, ଡିସିପି କହିଲେ ତଦନ୍ତ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଲିଉଡ୍‌ର ହାସ୍ୟ ଅଭିନେତା ପପୁପମ୍‌ପମ୍‌ଙ୍କୁ ନେଇ ବିବାଦୀୟ ପୋଷ୍ଟର ଉପରେ ମାମଲା ହେବା ପରେ ଏହାର ତଦନ୍ତ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଛନ୍ତି। ଉଭୟ ପପୁ ଏବଂ ଫିଲ୍ମର ପ୍ରଡକ୍ସନ୍ ହାଉସ୍ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପ୍ରଡକ୍ସନ୍ ହାଉସ୍‌କୁ ଡାକି ପ୍ରାଥମିକ ଭାବେ ପଚରାଉଚରା କରାଯିବ ବୋଲି ଡିସିପି କହିଛନ୍ତି। ପୋଷ୍ଟରଟି କିଏ ପ୍ରକାଶ କରିଛି ସେ ନେଇ ତଦନ୍ତ ହେବ। ଖାଲି ସେତିକି ନୁହେଁ ଆବଶ୍ୟକ ପଡ଼ିଲେ […]

case

Tapas Behera
  • Published: Sunday, 18 August 2019
  • , Updated: 18 August 2019, 05:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଲିଉଡ୍‌ର ହାସ୍ୟ ଅଭିନେତା ପପୁପମ୍‌ପମ୍‌ଙ୍କୁ ନେଇ ବିବାଦୀୟ ପୋଷ୍ଟର ଉପରେ ମାମଲା ହେବା ପରେ ଏହାର ତଦନ୍ତ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଛନ୍ତି। ଉଭୟ ପପୁ ଏବଂ ଫିଲ୍ମର ପ୍ରଡକ୍ସନ୍ ହାଉସ୍ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପ୍ରଡକ୍ସନ୍ ହାଉସ୍‌କୁ ଡାକି ପ୍ରାଥମିକ ଭାବେ ପଚରାଉଚରା କରାଯିବ ବୋଲି ଡିସିପି କହିଛନ୍ତି।

ପୋଷ୍ଟରଟି କିଏ ପ୍ରକାଶ କରିଛି ସେ ନେଇ ତଦନ୍ତ ହେବ। ଖାଲି ସେତିକି ନୁହେଁ ଆବଶ୍ୟକ ପଡ଼ିଲେ ଫିଲ୍ମର ଅଭିନେତା, ଅଭିନେତ୍ରୀଙ୍କୁ ଡାକି ପଚରାଉଚରା ବି କରାଯିବ ବୋଲି ଡିସିପି କହିଛନ୍ତି। ସେପଟେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ନିଜ ଅପ୍‌କମିଂ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଅଭିନେତା ପପୁ ପମ୍‌ପମ୍‌। ଏହା ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ କି ଏହି କନ୍ସେପ୍ଟ ବି ତାଙ୍କର ନୁହେଁ ବୋଲି ପପୁ ସଫେଇ ଦେଇଛନ୍ତି। ସେ କହିଛନ୍ତି,“ଏ କନ୍‌ସେପ୍ଟ ମୋର ନୁହେଁ। ଏ ନେଇ ମୁଁ ପ୍ରଯୋଜକଙ୍କ ସହିତ ବି କଥା ହୋଇଥିଲି। ଏହା ଆମ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ ବୋଲି ସେ ମୋତେ କହିଥିଲେ। ତେଣୁ ଯିଏ ପୋଷ୍ଟର୍‌କୁ ପୋଷ୍ଟ୍ କରିଛି, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।’

ପପୁ କହିଛନ୍ତି,“ଏ ଘଟଣାରେ ମୋତେ ଦୋଷ ଦିଅନ୍ତୁ ନାହିଁ। ମୋର ୧୦ ହଜାର ଫଟୋ ଇଣ୍ଟରନେଟ୍‌ରେ ବୁଲୁଛି। ମୋ ଫଟୋ ନେଇ ଯିଏ ଯାହା କରିଦେଲେ, ମୁଁ କ’ଣ ସେଥିପାଇଁ ଦୋଷୀ ହେବି। ମୁଁ ନାରୀମାନଙ୍କୁ ଅସମ୍ମାନ କରେ ନାହିଁ। ମୋର ବି ମା’, ଭଉଣୀ, ସ୍ତ୍ରୀ ଓ ଝିଅ ଅଛନ୍ତି। ତେଣୁ ଯିଏ ଭଲକୁ ଭେଲ କରିଛି, ତାକୁ ଖୋଜାଯାଉ। ମୋ ନାଁରେ କେସ୍‌ ଦିଆଯାଇଛି। ସେମିତି ହୁଏନି। ଯିଏ ଦୋଷ କରିଛି, ତାକୁ ଖୋଜା ଯାଉ।” ତେବେ ଏନେଇ ଖୋଳତାଡ଼ ଆରମ୍ଭ କରିଛି କମିଶନେରେଟ ପୁଲିସ।

Related story