ରାତିରେ ଥାନାରେ ପଶିଥିଲା କିଏ ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୋଲିସ ହେଉଛି ଜନସାଧାରଣଙ୍କର ରକ୍ଷକ।  ଲୋକମାନେ ସୁବିଧା ଅସୁବିଧାରେ ପଡ଼ିଲେ ପୋଲିସର ସୁରକ୍ଷା ଲୋଡିଥାନ୍ତି। କିନ୍ତୁ ଥରେ ଭାବିଲେ ଦେଖି ଜନସାଧାରଣଙ୍କ ହିତ ପାଇଁ କାମ କରୁଥିବା ପୋଲିସ୍‌ ଯଦି କେବେ ଅସୁବିଧାରେ ପଡେ, ତେବେ କ’ଣ ହେବ? ନିଶ୍ଚିତ ଭାବେ ଆପଣ ଭାବୁଥିବେ ପୋଲିସ ପୁଣି ଅସୁବିଧାରେ, ଅସମ୍ଭବ। ହେଲେ ଆପଣଙ୍କ କଥାଟା ଭୁଲ୍‌। ପୋଲିସ୍ ଏବେ ଏମିତି ଅଡୁଆରେ ପଡୁଛି ଯାହା ସମ୍ପର୍କରେ ଆପଣ ସ୍ୱପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ। […]

pg

Rakesh Mallick
  • Published: Thursday, 19 April 2018
  • , Updated: 19 April 2018, 08:51 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୋଲିସ ହେଉଛି ଜନସାଧାରଣଙ୍କର ରକ୍ଷକ।  ଲୋକମାନେ ସୁବିଧା ଅସୁବିଧାରେ ପଡ଼ିଲେ ପୋଲିସର ସୁରକ୍ଷା ଲୋଡିଥାନ୍ତି। କିନ୍ତୁ ଥରେ ଭାବିଲେ ଦେଖି ଜନସାଧାରଣଙ୍କ ହିତ ପାଇଁ କାମ କରୁଥିବା ପୋଲିସ୍‌ ଯଦି କେବେ ଅସୁବିଧାରେ ପଡେ, ତେବେ କ’ଣ ହେବ? ନିଶ୍ଚିତ ଭାବେ ଆପଣ ଭାବୁଥିବେ ପୋଲିସ ପୁଣି ଅସୁବିଧାରେ, ଅସମ୍ଭବ।

ହେଲେ ଆପଣଙ୍କ କଥାଟା ଭୁଲ୍‌। ପୋଲିସ୍ ଏବେ ଏମିତି ଅଡୁଆରେ ପଡୁଛି ଯାହା ସମ୍ପର୍କରେ ଆପଣ ସ୍ୱପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ।  ନିକଟରେ ପୋଲିସ୍‌ ଡିୟୁଟିରେ ବ୍ୟବହୃତ ହେଉଥିବା ପୋଲିସ୍‌ ଜିପ୍‌ (ଭ୍ୟାନ୍‌)ଟି କୌଣସି କାରଣରୁ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ବ୍ରହ୍ମଗିରି ଥାନା ଅଧିନସ୍ଥ ସାତପଡ଼ା ଫାଣ୍ଡିରେ ଭ୍ୟାନ୍‌ ପୋଡିଯାଇଥିଲେ ହେଁ ଏଯାଏଁ ପୋଲିସ ଜାଣିପାରୁନି କିଏ ଗାଡିରେ ନିଆଁ ଲାଗାଇଲା।

ଜିପ୍‌ (ଭ୍ୟାନ୍‌)ଟି କୌଣସି କାରଣରୁ ନିଆଁଲାଗି ସମ୍ପୂର୍ଣ୍ଣ ପୋଡ଼ିଯିବା ପରେ  ଖବର ପାଇ ବିଳମ୍ବିତ ରାତିରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲା। ନିଆଁ ଲାଗିବାର କୌଣସି କାରଣ ସ୍ପଷ୍ଟ ହୋଇପାରି ନାହିଁ। ଫାଣ୍ଡି ତରଫରୁ ମିଳିଥିବା ସୂଚନା ଅନୁସାରେ ଫାଣ୍ଡିରେ ପୋଲିସ୍ କର୍ମଚାରୀମାନେ ରାତିରେ ମେସ୍‌ରେ ଖାଇସାରି ଶୋଇବାକୁ ଯାଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏ ଘଟଣା କିପରି ଘଟିଲା ଏନେଇ ଆସ୍ପଷ୍ଟ।

Related story