ନୂଆବର୍ଷକୁ କିଏ କେମିତି ପାଳିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷ ୨୦୨୦କୁ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନାର ସହ ପାଳନ କରିଛନ୍ତି ନେତା-ମନ୍ତ୍ରୀ। ବର୍ଷ ୨୦୨୦ ଯେପରି ସେମାନଙ୍କ ପାଇଁ ନୂଆ ଆଶା ଓ ନୂଆ ସମ୍ଭବନା ଆଣିବ, ସେହି ଆଶା ନେଇ କିଏ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛି ତ ଆଉ କିଏ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକଙ୍କ ଆଶୀର୍ବାଦ ନେଇଛନ୍ତି। ତା ସହ ନୂଆବର୍ଷରେ ନୂଆ ସଂକଳ୍ପ ବି ରଖିଛନ୍ତି ବିଭିନ୍ନ ଦଳର ନେତା। ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ […]

nata

Manoranjan Sial
  • Published: Wednesday, 01 January 2020
  • , Updated: 01 January 2020, 08:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷ ୨୦୨୦କୁ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନାର ସହ ପାଳନ କରିଛନ୍ତି ନେତା-ମନ୍ତ୍ରୀ। ବର୍ଷ ୨୦୨୦ ଯେପରି ସେମାନଙ୍କ ପାଇଁ ନୂଆ ଆଶା ଓ ନୂଆ ସମ୍ଭବନା ଆଣିବ, ସେହି ଆଶା ନେଇ କିଏ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛି ତ ଆଉ କିଏ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକଙ୍କ ଆଶୀର୍ବାଦ ନେଇଛନ୍ତି। ତା ସହ ନୂଆବର୍ଷରେ ନୂଆ ସଂକଳ୍ପ ବି ରଖିଛନ୍ତି ବିଭିନ୍ନ ଦଳର ନେତା।

ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ଆଜି ବର୍ଷ ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳୁ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଧର୍ମେନ୍ଦ୍ର ଲିଙ୍ଗରାଜ ବେଢ଼ା ପରିକ୍ରମା କରିବା ସହ ମନ୍ଦିରରେ କିଛି ସମୟ ବିତାଇଥିଲେ। କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟତମ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ କିନ୍ତୁ ପାରମ୍ପିକ ଢଙ୍ଗରେ ନିଜ ନୁଆଣିଆ ଚାଳ ଘରେ ପାଳନ କରିଥିଲେ ନୂଆବର୍ଷ। ଏହି ଅବସରରେ ସଶକ୍ତ ଓଡ଼ିଶା ଗଠନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ପୂରଣ ନେଇ କାମନା କରିଥିଲେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ଇଂରାଜୀ ନବବର୍ଷ ପାଳନ ଅବସରରେ ବିଜେଡି ପାଓ୍ୱାର କରିଡରରେ ଥିଲା ବେଶ୍ ଚଳଚଞ୍ଚଳ। ବିଭିନ୍ନ ମନ୍ତ୍ରୀ ଓ ନେତାଙ୍କୁ ନୂଆବର୍ଷରେ ସ୍ୱାଗତ କରିବାକୁ ଅଫିସ ଓ ବାସଭବନରେ ଲାଗିଥିଲା ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଳି। ନୂଆବର୍ଷରେ ନୂଆ ଲୁକ୍ସ, ଆଉ ଗେଟ୍ଅପ୍‌ରେ ଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେହିଭଳି ନୂଆ ପରିଧାନ ସହ ସଚିବାଳୟ ଆସିଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏପଟେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଫିସରେ ମଧ୍ୟ ଥିଲା ଗହଳି ଚହଳି। ପରିବେଶ ମନ୍ତ୍ରୀ ଅଶୋକ ପଣ୍ଡା ଦଳୀୟ କର୍ମୀ ଓ ଶୁଭେଚ୍ଛୁଙ୍କୁ ମିଠା ଖୁଆଇ ନୂଆବର୍ଷ ପାଳନ କରିଥିଲେ।

ନୂଆବର୍ଷରେ କଂଗ୍ରେସ ମହଲରେ ମଧ୍ୟ ଥିଲା ବେଶ୍ ଉତ୍ସାହର ପରିବେଶ। ଦଳର ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ସକାଳୁ ସକାଳୁ ଆରମ୍ଭ ହୋଇଥିଲା ଦଳୀୟ ନେତା, କର୍ମୀଙ୍କ ଭିଡ଼। ନିଆରା ଢଙ୍ଗରେ ରାଜ ମୁକୁଟ ପିନ୍ଧିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ଶୁଭେଚ୍ଛୁ। ଦଳର ଅନ୍ୟତମ ବରିଷ୍ଠ ନେତା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘର ମଧ୍ୟ ଲାଗିଥିଲା କର୍ମୀ ସମର୍ଥକଙ୍କ ଭିଡ଼।

Related story