ଆହା କି ସୁନ୍ଦର ରାଜନୀତି...

ଭୁବନେଶ୍ୱର,(ଦେବଦତ୍ତ ରଥ): ଓଡ଼ିଆ ସିନେମାରେ ଗୋଟେ ଗୀତ ଥିଲା- ପାନ ଗୁଆ ଖଇର ଗୁଆ କାତି, ଆହା କି ସୁନ୍ଦର ରାଜନୀତି…। ସତ କଥା। ଏ ରାଜନୀତିରେ ଯେ, କ’ଣ ଦେଖା ନଯାଏ? କାଲି ଯିଏ ଘୋର ଶତ୍ରୁ ଆଜି ସେ ମିତ୍ର। ଆଜି ଯେ ମିତ୍ର କାଲି ସେ ଶତ୍ରୁ। କାଲି ଯେଉଁ ଦଳକୁ ଗାଳି କରି କରି ଯିଏ ଜନତା ଭିତରେ ପରିଚିତ ଆଜି ସେ ଦଳ ସହ ମେଣ୍ଟ, ନହେଲେ ସିଧା ଯୋଗଦାନ। […]

cartoon

Rakesh Mallick
  • Published: Wednesday, 07 March 2018
  • , Updated: 07 March 2018, 06:17 PM IST

ଭୁବନେଶ୍ୱର,(ଦେବଦତ୍ତ ରଥ): ଓଡ଼ିଆ ସିନେମାରେ ଗୋଟେ ଗୀତ ଥିଲା- ପାନ ଗୁଆ ଖଇର ଗୁଆ କାତି, ଆହା କି ସୁନ୍ଦର ରାଜନୀତି...। ସତ କଥା। ଏ ରାଜନୀତିରେ ଯେ, କ’ଣ ଦେଖା ନଯାଏ? କାଲି ଯିଏ ଘୋର ଶତ୍ରୁ ଆଜି ସେ ମିତ୍ର। ଆଜି ଯେ ମିତ୍ର କାଲି ସେ ଶତ୍ରୁ। କାଲି ଯେଉଁ ଦଳକୁ ଗାଳି କରି କରି ଯିଏ ଜନତା ଭିତରେ ପରିଚିତ ଆଜି ସେ ଦଳ ସହ ମେଣ୍ଟ, ନହେଲେ ସିଧା ଯୋଗଦାନ।

ଜାତୀୟ ରାଜନୀତି ତଥା ରାଜ୍ୟ ରାଜନୀତିରେ ଏପରି ଅନେକ ସମୟରେ ଦେଖା ଯାଇଛି। ତେବେ ଏବେ ଏହିପରି ଦୁଇଟି ପ୍ରମୁଖ ଘଟଣା ଦେଖା ଯାଇଛି। ଗୋଟେ ଉତ୍ତର ପ୍ରଦେଶରେ ଏବଂ ଗୋଟେ ଆମ ରାଜ୍ୟ ଓଡ଼ିଶାରେ। ଉତ୍ତର ପ୍ରଦେଶରେ ଘୋର ବିରୋଧୀ ଭାବରେ ଜଣାଶୁଣା ସମାଜବାଦ ପାର୍ଟି(ଏସପି) ଏବଂ ବହୁଜନ ସମାଜବାଦ ପାର୍ଟି(ବିଏସପି) ଭିତରେ ମେଣ୍ଟ ହୋଇଛି। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଛାଡ଼ି ଦେଇଥିବା ଗୋରଖପୁର ଲୋକସଭା ଆସନ ଏବଂ ଫୁଲପୁର ଲୋକସଭା ଆସନ ପାଇଁ ନିର୍ବାଚନରେ ବିଏସ୍‌ପି ଏସ୍‌ପିକୁ ସମର୍ଥନ ଦେବ ବୋଲି ମାୟାବତୀ ଘୋଷଣା କରିଛନ୍ତି। କାଲି ଯେଉଁମାନେ ପରସ୍ପରକୁ ଗାଳି କରୁଥିଲେ ଆଜି ପରସ୍ପରର ଗୁଣ ଗାନ କରିବେ।

ସେହିପରି ଘଟଣା ଘଟିଛି ଏବେ ଓଡ଼ିଶାରେ। ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ଉଭୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି।

କିଛି ଦିନ ତଳେ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି। ଏହା ପରେ ବିଜେପୁର ନିର୍ବାଚନ ନେଇ 'ଓଟିଭି' ପକ୍ଷପାତି ଖବର ପ୍ରସାରଣ କରୁଛି କହିବା ସହ ବୈଜୟନ୍ତ ପଣ୍ଡାଙ୍କୁ ସିଧା ସଳଖ ଆକ୍ଷେପ କରିଥିଲା ବିଜେଡି। କିନ୍ତୁ ଏବେ ‘କନକ ଟିଭି’ ତଥା ‘ସମ୍ବାଦ’ ଖବର କାଗଜର ସମ୍ପାଦକ ଯିଏ କି ନିଜେ ସ୍ତମ୍ଭ ଲେଖନ୍ତି ତାଙ୍କୁ ଦଳରେ ସାମିଲ କରିଛି ବିଜେଡି। କଥା କେବଳ ସେତିକି ନୁହେଁ। ନବୀନ ସରକାରଙ୍କର କୃଷି ମାରଣ ନୀତି ନେଇ ଗର୍ଜୁଥିବା ତଥା "ଆମ ଓଡ଼ିଶା" ମାଧ୍ୟମରେ "ଓଡ଼ିଆରେ ଲେଖିବା, ଓଡ଼ିଆରେ କହିବା" କଥା ଚିତ୍କାର କରି ନବୀନଙ୍କ ଓଡ଼ିଆ ଜାଣିନଥିବା କଥାକୁ ସମାଲୋଚନା କରୁଥିବା ସୌମ୍ୟରଞ୍ଜନ ଏବେ ବିଜେଡିରେ। ସେ ଦଳରୁ ରାଜ୍ୟସଭା ପ୍ରାର୍ଥୀ ବି ହୋଇଛନ୍ତି। ନବୀନ ଏବଂ ସୌମ୍ୟ ପରସ୍ପରକୁ ଗ୍ରହଣ କଲେ କେମିତି? ସୌମ୍ୟ ତାଙ୍କ ନୀତିଆଦର୍ଶରେ ଯେ କଂପ୍ରୋମାଇଜ୍ କରିବେ ତାହା କହିବା ଅତ୍ୟୁକ୍ତି ହେବ ନାହିଁ।

ସୂଚନାଯୋଗ୍ୟ ଯେ, ସୌମ୍ୟରଞ୍ଜନ ପ୍ରଥମେ କଂଗ୍ରେସରେ ଥିଲେ। ସେଠି ମତଭେଦ ହେବାରୁ ସେ ବିଜେପିକୁ ଗଲେ। ତା’ପରେ ବିଜେପି ଛାଡ଼ି ଏନ୍‌ସିପିକୁ ଗଲେ। ଶେଷରେ ସେ ନିଜ ସଂସ୍ଥା ‘ଆମ ଓଡ଼ିଶା’କୁ ଏକ ରାଜନୈତିକ ଦଳର ରୂପ ଦେଲେ। କିନ୍ତୁ ଜୀବନସାରା ସାମ୍ବାଦିକ ହିସାବରେ ସଫଳତା ପାଇଥିବା ସୌମ୍ୟରଞ୍ଜନ ରାଜନୀତିରେ ବିଶେଷ କିଛି ଫାଇଦା ପାଇନାହାନ୍ତି। ଏହାକୁ ସେ ପ୍ରକାରାନ୍ତରେ ସ୍ୱୀକାର ମଧ୍ୟ କରିଛନ୍ତି।

ଏହା ସହ ଆଉ ଜଣେ ଓଡ଼ିଶାର ଚର୍ଚ୍ଚିତ ଚେହେରା ସମାଜସେବୀ ଅଚ୍ୟୁତ ସାମନ୍ତ ଯୋଗ ଦେଇଛନ୍ତି ବିଜେଡିର। ତାଙ୍କୁ ବି ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ଏକଥାକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଅଚ୍ୟୁତ ନିଜ ସଂସ୍ଥା ବଳରେ ନିଜକୁ ବିଶ୍ୱସ୍ତରରେ ପ୍ରତିଷ୍ଠା ଦେଇପାରିଛନ୍ତି। ବିଭିନ୍ନ ସମୟରେ ସେ ସଂସ୍ଥାର ଫାଇଦା ପାଇଁ ସରକାରୀ ଦଳ ସହଯୋଗ ପାଇଛନ୍ତି।

Related story