ଲୋକଙ୍କ ନିକଟରେ ରାଜନେତା ଉତ୍ତରଦାୟୀ: ଡେରିକ୍ ଓବ୍ରେନ୍

ଭୁବନେଶ୍ୱର: ଦେଶରେ ଲୋକଙ୍କ ନିକଟରେ ଦାୟୀ ରହିଥା’ନ୍ତି ରାଜନେତା। ସେ କାଉନସିଲର ହୋଇଥା’ନ୍ତୁ କି ବିଧାୟକ ହୋଇଥା’ନ୍ତୁ ଅବା ସାଂସଦ। ଲୋକେ ଚାହିଁଲେ ସେମାନେ ନିର୍ବାଚିତ ହୋଇପାରିବେ ନାହିଁ। ଓଟିଭିର ବାର୍ଷିକ ସମ୍ମିଳନୀ ଫେ।ରସାଇଟ-୨୦୧୬ରେ ଭାଗ ନେଇ ଏହି ମତ ରଖିଛନ୍ତି ତୃଣମୂଳ କଂଗ୍ରେସର ରାଜ୍ୟସଭା ସଦସ୍ୟ ଡେରିକ୍ ଓବ୍ରେନ୍ । ‘ଜାତୀୟ ଦଳ ଓ ଆଞ୍ଚଳିକ ଦଳ: କିଏ କମ୍ ଖରାପ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଡେରିକ୍ ଓବ୍ରେନ୍ କହିଥିଲେ ଯେ ରାଜନୈତିକ ଦଳଗୁଡ଼ିକ […]

darek obrein

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 02:16 PM IST

ଭୁବନେଶ୍ୱର: ଦେଶରେ ଲୋକଙ୍କ ନିକଟରେ ଦାୟୀ ରହିଥା’ନ୍ତି ରାଜନେତା। ସେ କାଉନସିଲର ହୋଇଥା’ନ୍ତୁ କି ବିଧାୟକ ହୋଇଥା’ନ୍ତୁ ଅବା ସାଂସଦ। ଲୋକେ ଚାହିଁଲେ ସେମାନେ ନିର୍ବାଚିତ ହୋଇପାରିବେ ନାହିଁ। ଓଟିଭିର ବାର୍ଷିକ ସମ୍ମିଳନୀ ଫେ।ରସାଇଟ-୨୦୧୬ରେ ଭାଗ ନେଇ ଏହି ମତ ରଖିଛନ୍ତି ତୃଣମୂଳ କଂଗ୍ରେସର ରାଜ୍ୟସଭା ସଦସ୍ୟ ଡେରିକ୍ ଓବ୍ରେନ୍ ।

‘ଜାତୀୟ ଦଳ ଓ ଆଞ୍ଚଳିକ ଦଳ: କିଏ କମ୍ ଖରାପ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଡେରିକ୍ ଓବ୍ରେନ୍ କହିଥିଲେ ଯେ ରାଜନୈତିକ ଦଳଗୁଡ଼ିକ ଖରାପ ନୁହଁନ୍ତି। ରାଜନେତାମାନେ ମଧ୍ୟ ଖରାପ ନୁହନ୍ତି। ଏହା ଠିକ୍ ଧାରଣା ନୁହେଁ। ଆମ ଦେଶର ବ୍ୟବସ୍ଥା ମଧ୍ୟରେ ଜନତାଙ୍କ ନିକଟରେ କେବଳ ରାଜନେତାମାନେ ହିଁ ଉତ୍ତରଦାୟୀ ରୁହନ୍ତି।

ଡେରିକ୍ ଓବ୍ରେନ୍ କହିଥିଲେ, ଆଞ୍ଚଳିକ ଦଳଗୁଡ଼ିକରେ ମଧ୍ୟ ଗଣତନ୍ତ୍ର ରହିଛି। ଆଞ୍ଚଳିକ ଦଳଗୁଡ଼ିକରେ ଗଣତନ୍ତ୍ର ନାହିଁ ଆଉ କଂଗ୍ରେସ ଓ ବିଜେପିରେ ଗଣତନ୍ତ୍ର ଅଛି କହିବା ଠିକ୍ ନୁହେଁ। ସେ କହିଥିଲେ, କଂଗ୍ରେସ୍ ଓ ବିଜେପିରେ ବି ଗଣତନ୍ତ୍ର ନାହିଁ। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନାଁ ନନେଇ ସେ କହିଥିଲେ ଯେ ତାଙ୍କଠାରୁ ଫୋନ୍ ନ ଆସିଲା ପର୍ଯ୍ୟନ୍ତ ଦଳୀୟ ନେତାମାନେ କିଛି କହନ୍ତି ନାହିଁ।

ଆଞ୍ଚଳିକ ଦଳଗୁଡିକର ଚାପ ପରେ ଗତ ଅଧିବେଶନର ଶେଷ ଭାଗରେ ରାଜ୍ୟସଭାରେ ଅନେକ ଗୁଡିଏ ବିଲ୍ ଗୃହୀତ ହୋଇଥିଲା ବୋଲି ଡେରିକ୍ ଓବ୍ରେନ୍।

Related story