ଚାଲିଗଲେ ସାଲେପୁର ପୀଡ଼ିତା: ଆରମ୍ଭ ହେଲା ରାଜନୀତି
କଟକ (ଓଡ଼ିଶା ରିପୋର୍ଟର): ଦୀର୍ଘ ୮ ଦିନ ଜୀବନ ସହ ସଂଗ୍ରାମ କରିବା ପରେ ଗତକାଲି ସାଲେପୁର ଦୁଷ୍କର୍ମ ପୀଡ଼ିତା ଆଖିବୁଜି ଥିଲେ। ଶୋକାକୂଳ ପରିବେଶରେ ଗାଁ ମଶାଣିରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଯାଇଛି। ପୀଡ଼ିତା ଆଉ ଫେରିବେ ନାହିଁ କି ପରିବାର ଲୋକେ ସହିଥିବା ଏହି ନିର୍ଯାତନର ଘା’ କେବେ ଶୁଖିବ ନାହିଁ। ପରିବାର ଲୋକେ ଓ ଗ୍ରାମବାସୀ ଏହି ଘଟଣାରେ ଭାଙ୍ଗି ପଡ଼ିଥିବା ବେଳେ ରାଜନୈତିକ ଦଳ ଏଥିରୁ ଫାଇଦା ନେବାକୁ ଅଣ୍ଟା ଭିଡି ଦେଇଛନ୍ତି। ସାଲେପୁର ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ଛକାପଞ୍ଝା। ଆଜି ତିନି ଦଳ କଂଗ୍ରେସ, ବିଜେପି ଓ ବିଜେଡିର ପ୍ରତିନିଧିମାନେ ପୀଡ଼ିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଧାନସଭାରେ ବି ଉଠିଛି ଏହି ପ୍ରସଙ୍ଗ।
ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱରେ ଥିଲାବେଳେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିବା କହିଛନ୍ତି। ଆଜି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପୀଡ଼ିତାଙ୍କ ଗାଁରେ ପହଞ୍ଚି ଥିଲା। ରାଜଧାନୀରେ ରାସ୍ତାକୁ ଓହ୍ଲାଇଥିଲା ବିଜେପି। ଅପରାହ୍ନରେ ବିଜେପି ଓ ଶାସକ ବିଜେଡିର ପ୍ରତିନିଧି ଦଳର ପ୍ରତିନିଧି ମଧ୍ୟ ପୀଡ଼ିତାଙ୍କ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଥିଲେ।
ବିଧାନସଭାର ପ୍ରଶ୍ନକାଳରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଥିଲେ। ମୁଖ୍ୟମନ୍ତ୍ରୀ ଘଟଣାରେ ଦୁଃଖପ୍ରକାଶ କରିଥିଲେ। ହେଲେ ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଥିବା ନାବାଳିକା ଦୁଷ୍କର୍ମ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବାବଦରେ ଗୃହ ବିଭାଗ ଦାୟିତ୍ୱରେ ଥାଇ ବି ପଦୁଟିଏ ନକହିବାରୁ ବିରୋଧୀ ତାଙ୍କୁ ଟାର୍ଗେଟ୍ କରିଥିଲେ।
ସାଲେପୁର ଦୁଷ୍କର୍ମ ଓ ହତ୍ୟା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପକ୍ସୋ ଆଇନ ସଂଶୋଧନ ପରେ ସାଲେପୁର ଘଟଣା ରାଜ୍ୟରେ ପ୍ରଥମ। ମାମଲା ରେଡଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି। ତଦନ୍ତ ଜାରି ରହିଛି। ସଂଶୋଧିତ ଆଇନ ଅନୁସାରେ ଦୋଷୀକୁ କଠୋର ଦଣ୍ଡ ମିଳିବ। ଆଇନ ଅନୁସାରେ ୨୦ ବର୍ଷ ଜେଲ୍ କିମ୍ବା ଫାଶି ଦଣ୍ଡ ମିଳିବା ବ୍ୟବସ୍ଥା ରହିଛି। ଦୋଷୀ ସାବ୍ୟସ୍ତ ପାଇଁ ସମସ୍ତ ପ୍ରକାର ପ୍ରମାଣ ଉପସ୍ଥାପନ କରାଯିବ। ଅଭିଯୁକ୍ତର ଫିଙ୍ଗର ପ୍ରିଣ୍ଟ, ଡିଏନ୍ଏ ଆଦି ପ୍ରମାଣ ସ୍ୱରୂପ ଦର୍ଶାଯିବ।”
Ordigital Desk
• Published: Monday, 30 April 2018
• Updated: 30 April 2018, 09:26 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos