ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ଆଜି ହାଇକୋର୍ଟରେ ଶୁଣାଣି

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବିରୋଧରେ ନିର୍ବାଚନ ପାଣ୍ଠି ଅନିୟମିତତା ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ। ହିଞ୍ଜିଳି ନିର୍ବାଚନମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଗତ ୨ଟି ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ। ନିର୍ବାଚନୀ ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ଏବଂ ବିଜେଡି ପକ୍ଷରୁ ଦିଆଯାଇଥିବା ହିସାବରେ ତାଳମେଳ ରହୁ ନ ଥିବା ଦର୍ଶାଇ ନବୀନଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦୁଇଟି […]

Rakesh Mallick
  • Published: Wednesday, 06 September 2017
  • , Updated: 06 September 2017, 08:56 AM IST

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବିରୋଧରେ ନିର୍ବାଚନ ପାଣ୍ଠି ଅନିୟମିତତା ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ। ହିଞ୍ଜିଳି ନିର୍ବାଚନମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଗତ ୨ଟି ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ।

ନିର୍ବାଚନୀ ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ଏବଂ ବିଜେଡି ପକ୍ଷରୁ ଦିଆଯାଇଥିବା ହିସାବରେ ତାଳମେଳ ରହୁ ନ ଥିବା ଦର୍ଶାଇ ନବୀନଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦୁଇଟି ମାମଲା ଦାଏର ହୋଇଛି। ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଗତ ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ଭାରତୀୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ତେବେ ମାମଲାରେ ଠିକ୍ ବିଚାର ହୋଇ ନ ପାରିବା ଆଶଙ୍କା କରି ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସୁବାସ ମହାପାତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story