ସୁପ୍ରିମକୋର୍ଟରେ ସଞ୍ଜୟ ଦାସବର୍ମା ହତାଶ, ବିଧାନସଭା ନିର୍ବାଚନ ମାମଲାରେ ଲିଭ୍ ପିଟିସନ ଖାରଜ

ନୂଆଦିଲ୍ଲୀ: ବିଜେଡି ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଝଟକା ଲାଗିଛି। ବ୍ରହ୍ମଗିରି ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ସଞ୍ଜୟଙ୍କ ସ୍ପେଶାଲ୍ ଲିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି। ଏଥିସହ ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ କାଏମ୍ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ଫଳରେ ହାଇକୋର୍ଟରେ ସଞ୍ଜୟଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲା ଜାରି ରହିବ। ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ନେଇ ସଞ୍ଜୟଙ୍କ ପ୍ରତିଦ୍ୱନ୍ଦ୍ୱୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।   ତେବେ ଏହି ମାମଲାକୁ ଖାରଜ […]

nn

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 10:15 PM IST

ନୂଆଦିଲ୍ଲୀ: ବିଜେଡି ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଝଟକା ଲାଗିଛି। ବ୍ରହ୍ମଗିରି ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ସଞ୍ଜୟଙ୍କ ସ୍ପେଶାଲ୍ ଲିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି। ଏଥିସହ ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ କାଏମ୍ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ଫଳରେ ହାଇକୋର୍ଟରେ ସଞ୍ଜୟଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲା ଜାରି ରହିବ।

ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ନେଇ ସଞ୍ଜୟଙ୍କ ପ୍ରତିଦ୍ୱନ୍ଦ୍ୱୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।   ତେବେ ଏହି ମାମଲାକୁ ଖାରଜ କରିବା ଲାଗି ହାଇକୋର୍ଟରେ ଆବେଦନ କରିଥିଲେ ସଞ୍ଜୟ। ଏହା ଉପରେ ଶୁଣାଣି କରି ହାଇକୋର୍ଟ ସଞ୍ଜୟ ଦାସବର୍ମାଙ୍କ ଆବେଦନକୁ ଖାରଜ କରିଥିଲେ। ଫଳରେ ଏହାକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ଦାସବର୍ମା। ଲୁଲୁଙ୍କ ପରଲୋକ ପରେ ଏବେ ତାଙ୍କ ଭାଇ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ମାମଲା ଲଢୁଛନ୍ତି।

Related story