ଦିନକ ପରେ ମତଦାନ, ବୁଥ୍‌ ଅଭିମୁଖେ ପୋଲିଂ ଅଧିକାରୀ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ। ଏହି ଲୋକସଭା ଅଧୀନରେ ଗଜପତି ଜିଲ୍ଲାର ଉଭୟ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ର ଯାଉଥିବାରୁ ଆଜି ଏଠାରେ ପ୍ରଚାର ସରିଛି। ଦିନକ ପରେ ମତଦାନ ଥିବାରୁ ସମଗ୍ର ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୂର୍ଗମ ଅଞ୍ଚଳକୁ ପୋଲିଂ ଅଧିକାରୀଙ୍କୁ ପଠାଇ ଦିଆଯାଇଛି। ମୋହନା ନିର୍ବାଚନମଣ୍ଡଳୀର ୨୯୭ଟି ବୁଥ୍‌ରେ ୨୧୬୬୪୪ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏଥିରେ […]

election

election

Manoranjan Sial
  • Published: Tuesday, 09 April 2019
  • Updated: 09 April 2019, 07:40 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ। ଏହି ଲୋକସଭା ଅଧୀନରେ ଗଜପତି ଜିଲ୍ଲାର ଉଭୟ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ର ଯାଉଥିବାରୁ ଆଜି ଏଠାରେ ପ୍ରଚାର ସରିଛି। ଦିନକ ପରେ ମତଦାନ ଥିବାରୁ ସମଗ୍ର ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୂର୍ଗମ ଅଞ୍ଚଳକୁ ପୋଲିଂ ଅଧିକାରୀଙ୍କୁ ପଠାଇ ଦିଆଯାଇଛି।

ମୋହନା ନିର୍ବାଚନମଣ୍ଡଳୀର ୨୯୭ଟି ବୁଥ୍‌ରେ ୨୧୬୬୪୪ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏଥିରେ ୧୦୫୮୦୬ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧୧୦୮୩୮ ମହିଳା ଭୋଟର ଅଛନ୍ତି। ସେହିଭଳି ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ୨୭୬ଟି ବୁଥ୍‌ରେ ୨୧୦୩୩୦ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧୦୩୫୩୯ ଜଣ ପୁରୁଷ, ୧୦୬୭୯୦ ଜଣ ମହିଳା ଓ ଜଣେ ଅନ୍ୟ ଭୋଟର ରହିଛନ୍ତି। ଭୋଟ୍‌ ପାଇଁ ଉଭୟ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବୁଥ୍‌କୁ ୫ ଜଣ ଲେଖାଏଁ ପୋଲିଂ ଅଫିସର ଓ ୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ପୋଲିଂ କର୍ମଚାରୀମାନେ ଇଭିଏମ୍‌, ଭିଭିପାଟ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଧରି ନିଜ ନିଜ ବୁଥ୍‌କୁ ବାହାରିଗଲେଣି।

ଗଜପତି ଜିଲ୍ଲାରେ ଅନେକ ବୁଥ୍‌ ଦୁର୍ଗମ ଅଞ୍ଚଳରେ ରହିଛି। ଗୁରୁବାର ଭୋଟ ଗ୍ରହଣ ଥିବାରୁ ବୁଧବାର ସନ୍ଧ୍ୟା ସୁଦ୍ଧା ସବୁ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିବାକୁ ବ୍ୟବସ୍ଥା କରାଯାଉଛି।

ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପୁଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ୧୪ ଜଣ ଡିଏସ୍‌ପି, 12 ଇନ୍ସପେକ୍ଟର, 112 ଜଣ ସବଇନ୍ସପେକ୍ଟର, 57 ହାବିଲଦାର ଓ 468 ଜଣ କନଷ୍ଟେବଳ, 440 ଜଣ ହମଗାର୍ଡ, 277 ଜଣ ଗ୍ରାମରଖିଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ 13 ପ୍ଲାଟୁନ ପୁଲିସ ଫୋର୍ସ ଓ 2 ଯୁନିଟ୍‌ ସିଆର୍‌ପିଏଫ ଯବାନ ନିୟୋଜିତ ଅଛିନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos