ଧାମନଗର ଉପନିର୍ବାଚନ: ଆଜିଠୁ ପ୍ରଚାର ଆରମ୍ଭ, ମଇଦାନରେ ୫ ପ୍ରାର୍ଥୀ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଧାମନଗର ଉପନିର୍ବାଚନ ପାଇଁ ଅଙ୍କକଷା ସରିଥିବା ବେଳେ ଏବେ ଭୋଟ ମାଗିବାର ବେଳ । ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଆଜିଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ମଇଦାନରେ ଥିବା ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ପ୍ରାର୍ଥୀ ପ୍ରଚାରରେ ଲାଗି ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ବିଜେଡିର ବିଦ୍ରୋହୀ ନେତା […]

pic

pic

Niharika Rout
  • Published: Tuesday, 18 October 2022
  • Updated: 18 October 2022, 12:51 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଧାମନଗର ଉପନିର୍ବାଚନ ପାଇଁ ଅଙ୍କକଷା ସରିଥିବା ବେଳେ ଏବେ ଭୋଟ ମାଗିବାର ବେଳ । ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଆଜିଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି।

୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ମଇଦାନରେ ଥିବା ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ପ୍ରାର୍ଥୀ ପ୍ରଚାରରେ ଲାଗି ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ବିଜେଡିର ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ସବୁଠି ଚର୍ଚ୍ଚା ।

ପ୍ରଚାରରେ ସବୁଠୁ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ  । ନାମାଙ୍କନ ପତ୍ର ଦାଖଲ ପରଠାରୁ ସେ ଗାଁ ଗାଁ, ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି।

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଦଳୀୟ କର୍ମୀ ଓ ନେତା ପ୍ରତ୍ୟେକ ପଞ୍ଚାୟତରେ ରହି ପ୍ରଚାର ଚଳାଇଛନ୍ତି । ଅବନ୍ତୀ ନିଜେ ବିଭିନ୍ନ ସ୍ଥାନରେ ସଭା ସମିତି କରି ଭୋଟ୍ ମାଗୁଛନ୍ତି  ।

ଅନ୍ୟପକ୍ଷରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଆଜିଠାରୁ ପ୍ରଚାରରେ ବାହାରି ପଡ଼ିଛନ୍ତି । ଗତକାଲି ତାଙ୍କର ଚିହ୍ନ ଆସିବା ପରେ ନିଜ ସମର୍ଥକଙ୍କୁ ଧରି ପ୍ରଚାର କରୁଛନ୍ତି  ।  କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଚାରିଦିନ ଭିତରେ ସବୁ ଜୋନ୍‌ରେ ବୈଠକ କରି କର୍ମୀଙ୍କ ସମର୍ଥନ ନେବା ପରେ ଆଜିଠାରୁ ରୋଡ ଶୋ’ କରିବା ସହ ଦୁଆର ଦୁଆର ବୁଲି ଭୋଟ୍ ମାଗୁଛନ୍ତି ।

ଧାମନଗର ବିଜୟ ପାଇଁ ବିଜେଡି ସହଜ ବାଟ ଖୋଜୁଥିବା ବେଳେ ଫେଲ୍ ମାରିଛି ମ୍ୟାନେଜ ଗଣିତ ।  ଆଉ ଏବେ  ବିଜେଡି  ଟିକଟ୍‌ରୁ ବଞ୍ଚିତ ହେବାପରେ ବିଦ୍ରୋହ କରି ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି ନଜର ।

ନିଜ ନିଷ୍ପତ୍ତିରେ ସେ କାଏମ୍ ରହିଥିବାରୁ ଧାମନଗର ଓ ସାରା ରାଜ୍ୟ ଦେଖିବାକୁ ଯାଉଛି ଏକ ରୋଚକ ଲଢ଼େଇ  । ବିଜେଡି ବନାମ୍ ଅସନ୍ତୁଷ୍ଟ ବିଜେଡି । ଯେଉଁ ଅବନ୍ତୀ ଦାସଙ୍କୁ ତିହିଡି ବ୍ଲକ ଅଧ୍ୟକ୍ଷା ପଦବୀରେ ରାଜେନ୍ଦ୍ର ବସାଇଥିଲେ, ଏବେ ତାଙ୍କ ସହ ହେବ ସାମନାସାମନି ଲଢ଼େଇ ।  ସେପଟେ ରାଜୁଙ୍କୁ ନେଇ ଫୁଲ୍ ଟେନସେନ୍‌ରେ ଶଙ୍ଖ ଶିବିର ।

ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି । ବିଜେଡିର ଭୋଟ୍ ବିଭାଜନ ହେବା ଆଶଙ୍କା ଥିବାରୁ ଏହାର ଫାଇଦା ନେବା ଚକ୍କରରେ ଅଛନ୍ତି ବିରୋଧୀ ।

ଅପରପକ୍ଷେ, ବିଜେପି ପକ୍ଷରୁ ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ଛିଡ଼ା କରାଯାଇଥିବା ବେଳେ ଅନୁକମ୍ପାମୂଳକ ଭୋଟ ତାଙ୍କ ଝୁଲାକୁ ଯିବ ବୋଲି ରାଜନୈତିକ ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story