ସରିଲା ସଚେତନତା: ଆଜିଠୁ ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି ହେବ। ଏଥିସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୫୦ ମାଇକ୍ରୋନ୍‌ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ କୁହାଯାଇଛି। ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି, ସେଠାରେ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ ଓ ସଂପୃକ୍ତ ପୌର ସଂସ୍ଥାଗୁ଼ଡ଼ିକ ଚଢ଼ାଉ କରି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ଆଇନ ଅନୁସାରେ କଟକଣା ଲାଗିଥିବା ସହରରେ ପଲିଥିନ ଉତ୍ପାଦନକାରୀଙ୍କୁ ୧ […]

polythene

Jitendra Garnayak
  • Published: Thursday, 01 November 2018
  • , Updated: 01 November 2018, 10:07 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି ହେବ। ଏଥିସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୫୦ ମାଇକ୍ରୋନ୍‌ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ କୁହାଯାଇଛି। ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି, ସେଠାରେ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ ଓ ସଂପୃକ୍ତ ପୌର ସଂସ୍ଥାଗୁ଼ଡ଼ିକ ଚଢ଼ାଉ କରି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପରିବେଶ ସୁରକ୍ଷା ଆଇନ ଅନୁସାରେ କଟକଣା ଲାଗିଥିବା ସହରରେ ପଲିଥିନ ଉତ୍ପାଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ସହ ୫ରୁ ୭ ବର୍ଷ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି। ଦୋକାନୀମାନେ ପଲିଥିନ୍ ବ୍ୟବହାର କରୁଥିଲେ ୩ରୁ ୭ ହଜାର ଟଙ୍କା ଯାଏ ଫାଇନ୍‌ ଦେବାକୁ ପଡ଼ିବ। ଏଥିପାଇଁ ମାସେ ଧରି ଚାଲିଥିବା ସଚେତନତା ଅଭିଯାନ ଗତକାଲି ଶେଷ ହୋଇଛି।

ଗାନ୍ଧି ଜୟନ୍ତୀରୁ ୫ ମହାନଗର ଓ ପୁରୀ ସହରରେ ରାଜ୍ୟ ସରକାର ପଲିଥିନ୍ ବ୍ୟାନ୍ ଘୋଷଣା କରିଥିଲେ।

ଖାଉଟି ବି ଦେବେ ଜୋରିମାନା

ରାଜଧାନୀ ଭୁବନେଶ୍ୱରରେ ପଲିଥିନ ବ୍ୟାନ୍‌କୁ କଡ଼ାକଡ଼ି କରିବାକୁ ବିଏମ୍‌ସି ଅଣ୍ଟା ଭିଡିଛି। ଉଭୟ ଖାଉଟି ଓ ବିକ୍ରେତାଙ୍କ ପାଇଁ ବିଏମ୍‌ସି ଜୋରିମାନା ରାଶି ଧାର୍ଯ୍ୟ କରିଛି। ଖାଉଟି, ରାସ୍ତାକଡ଼ ଦୋକାନ ଏବଂ ସମସ୍ତ ପ୍ରକାର ହୋଟେଲ୍‌ ପାଇଁ ଜୋରିମାନା ଧାର୍ଯ୍ୟ ହୋଇଛି। ଖାଉଟିଙ୍କ ପାଇଁ ୨ ଶହ, ୫ ଶହ ଏବଂ ହଜାରେ ଟଙ୍କା ଜରିମାନା ରାଶି ରହିଛି।

ସେହିପରି ପଲିଥିନ୍ ବ୍ୟାନ୍ ନିୟମକୁ ଖିଲାପ କରିଲେ ରାସ୍ତାକଡ଼ ଦୋକାନୀମାନେ ୫ ଶହ, ହଜାରେ ଏବଂ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ। ଛୋଟ ରେଷ୍ଟୁରାଣ୍ଟ ପାଇଁ ଏକ ହଜାର, ଦୁଇ ହଜାର ଓ ୫ ହଜାର ଟଙ୍କାର ଜୋରିମାନା ରାଶି ଧାର୍ଯ୍ୟ କରିଛି ବିଏମ୍‌ସି।

ଖାଲି ସେତିକି ନୁହେଁ, ବଡ଼ ହୋଟେଲ୍‌ଗୁଡ଼ିକ ନିୟମ ଖିଲାପ କଲେ ୨ ହଜାର, ୧୦ ହଜାର ଏବଂ ୫୦ ହଜାର ଟଙ୍କା ଜୋରିମାନା ଦେବେ। ଆବଶ୍ୟକ ପଡ଼ିଲେ ସେମାନଙ୍କର ଟ୍ରେଡ୍ ଲାଇସେନ୍ସ ବାତିଲ ମଧ୍ୟ କରାଯାଇ ପାରିବ ବୋଲି ବିଏମ୍‌ସି ବୈଠକରେ ନିଷ୍ପତ୍ତି ହୋଇଛି।

ଯଦି ଖିଲାପକାରୀ ୩ ଥର ଅର୍ଥ ଜୋରିମାନା ପରେ ଧରାପଡ଼ିଲେ ତେବେ ସଂପୃକ୍ତ ହୋଟେଲ୍‌ କିମ୍ବା ରେଷ୍ଟୁରାଣ୍ଟ ବିରୋଧରେ ଫୌଜଦାରୀ ମୋକଦ୍ଦମା ହେବ।

Related story