ଓସିଏ ଓ ଆଶୀର୍ବାଦଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଠକେଇ ମାମଲାରେ ଜଡ଼ିତ ଥିବା ଦର୍ଶାଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଏବଂ ଏହାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବିରୋଧରେ ସିବିଆଇ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରିଛି। ଭୁବନେଶ୍ୱରରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରା, ପ୍ରାଇଜ୍ ଚିଟ୍ ଏବଂ ମନି ସର୍କୁଲେସନ୍ ସ୍କିମ୍ ନିରୋଧ ଆଇନ୍ ଅଧୀନରେ ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି। ଏମାନଙ୍କ ବ୍ୟତୀତ ଏକ ହୋଟେଲର […]

ashirbad

Ranjit Kumar Jena
  • Published: Thursday, 29 August 2019
  • , Updated: 29 August 2019, 09:55 PM IST

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଠକେଇ ମାମଲାରେ ଜଡ଼ିତ ଥିବା ଦର୍ଶାଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଏବଂ ଏହାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବିରୋଧରେ ସିବିଆଇ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରିଛି। ଭୁବନେଶ୍ୱରରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରା, ପ୍ରାଇଜ୍ ଚିଟ୍ ଏବଂ ମନି ସର୍କୁଲେସନ୍ ସ୍କିମ୍ ନିରୋଧ ଆଇନ୍ ଅଧୀନରେ ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି। ଏମାନଙ୍କ ବ୍ୟତୀତ ଏକ ହୋଟେଲର ଜଣେ ପ୍ରତିନିଧିଙ୍କ ବିରୋଧରେ ମଧ୍ୟ ଚାର୍ଜଶିଟ୍ ଦାଖଲ ହୋଇଛି।

ଓଡ଼ିଶାରେ ବିଭିନ୍ନ କମ୍ପାନୀ ଚିଟଫଣ୍ଡ ଜରିଆରେ କୋଟି କୋଟି ଟଙ୍କା ଠକି ନେଇଥିବା ନେଇ ତଦନ୍ତ ଆରମ୍ଭ ହେବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଓସିଏ ପକ୍ଷରୁ ୨୦୧୧ ମସିହାରେ ଆୟୋଜିତ ଓଡ଼ିଶା ପ୍ରିମିୟର୍ ଲିଗ୍ (ଓପିଏଲ୍) ପାଇଁ ଏଭଳି ଏକ କମ୍ପାନୀ ୧ କୋଟି ଟଙ୍କା ଦେଇଥିବା ସିବିଆଇ ଜାଣିବାକୁ ପାଇଥିଲା।

ଓସିଏ ଭଳି ବିଶ୍ୱସନୀୟ ଅନୁଷ୍ଠାନର ସ୍ପନସର୍ ସାଜି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ଏହି କମ୍ପାନୀ ସଫଳ ହୋଇଥିଲା ଏବଂ ଏଥିରେ ତତ୍କାଳୀନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କର ଭୂମିକା ରହିଥିବା ସିବିଆଇ ଅଭିଯୋଗ କରିଆସୁଛି। ଏହାକୁ ଏକ ଅପରାଧିକ ଷଡ଼ଯନ୍ତ୍ର ବୋଲି ସିବିଆଇ ତା'ର ଚାର୍ଜଶିଟରେ ଉଲ୍ଲେଖ କରିଛି। ଏହି କମ୍ପାନୀ ଓଡ଼ିଶା ରଣଜୀ କ୍ରିକେଟ୍ ଟିମର ଟାଇଟଲ୍ ସ୍ପନସର୍ ମଧ୍ୟ ରହିଥିଲା, ଯାହାକି ଓସିଏକୁ ବିବାଦଘେରକୁ ଟାଣି ଦେଇଛି।

୨୦୧୪ ମସିହା ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ କିଛି ଓଡ଼ିଶାଭିତ୍ତିକ କମ୍ପାନୀ ନାମରେ ମାମଲା ରୁଜୁ କରିଥିଲା। ଏହା ପରେ ତଦନ୍ତରୁ ଜଣାପଡ଼ିଥିଲା ଓସିଏ ଏହାର ସମ୍ପାଦକ ଏବଂ ଏକ ଗ୍ରୁପ୍ ଅଫ୍ କମ୍ପାନିଜ୍ ଅପରାଧିକ ଷଡ଼ଯନ୍ତ୍ର କରି ସର୍ବସାଧାରଣରେ ଉକ୍ତ କମ୍ପାନୀର ଭାବମୂର୍ତ୍ତି ସୁଧାରିବାର ଅପପ୍ରୟାସ କରିଥିଲେ। ଏପରି କରି କମ୍ପାନୀ ପାଇଁ ବିଶ୍ୱସନୀୟତା ସୃଷ୍ଟ କରିଥିଲେ, ଫଳରେ ଅଧିକରୁ ଅଧିକ ଲୋକ ଏଥିରେ ନିନେଶ କରିବେ ବୋଲି ଲକ୍ଷ୍ୟ ରହିଥିଲା।

ଏହା ପୂର୍ବରୁ ୮ଟି କମ୍ପାନୀ ସମେତ ୩୩ଜଣ ଅଭିଯୁକ୍ତଙ୍କ ନାଁରେ ୬ଟି ଚାର୍ଜଶିଟ୍ ଦାଖଲ ହୋଇସାରିଛି। ଏଥିରୁ ଚାରୋଟି ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ବୋଲି ଜଣାପଡ଼ିଛି।

Related story