ବେଡ୍‌ ମିଳିଲାନି ବୋଲି...

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର) ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଅସୁସ୍ଥ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା।  ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଏଥିସହିତ ବେଡ୍ ନ ମିଳିବାରୁ ଆଉ ଜଣେ ରୋଗୀ ତଳେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏପିରିକି ଆଇସୋଲେସନ ଓ୍ୱାର୍ଡରେ ଦୁଇଟି ମୃତଦେହ ପଡ଼ିରହିଥିବାରୁ ସଂଗୀନ ଅଭିଯୋଗ କରିଛନ୍ତି ଯୁବ ବିଜେପି ନେତା ଟଙ୍କଧର ତ୍ରିପାଠୀ । ଦୁଇଟି ଭିଜୁଆଲ୍ ସେ ସୋସିଆଲ ମିଡିଆରେ […]

deadbody2

Tapas Behera
  • Published: Sunday, 20 September 2020
  • , Updated: 20 September 2020, 07:56 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର) ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଅସୁସ୍ଥ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା।  ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଏଥିସହିତ ବେଡ୍ ନ ମିଳିବାରୁ ଆଉ ଜଣେ ରୋଗୀ ତଳେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏପିରିକି ଆଇସୋଲେସନ ଓ୍ୱାର୍ଡରେ ଦୁଇଟି ମୃତଦେହ ପଡ଼ିରହିଥିବାରୁ ସଂଗୀନ ଅଭିଯୋଗ କରିଛନ୍ତି ଯୁବ ବିଜେପି ନେତା ଟଙ୍କଧର ତ୍ରିପାଠୀ ।

ଦୁଇଟି ଭିଜୁଆଲ୍ ସେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି।  ପ୍ରଥମ ଘଟଣାରେ ଝାରସୁଗୁଡ଼ା ହଟଳିପଡ଼ାର ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କ ମୃତଦେହ ଆଗରେ ସମ୍ପର୍କୀୟଙ୍କ କାନ୍ଦବୋବାଳି ।  ଡାକ୍ତର ଏବଂ ନର୍ସଙ୍କୁ ଆକୁଳ ନିବେଦନ ପରେ ବି ଚିକିତ୍ସା କରାନଯିବାରୁ ବାପାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ପୁଅ  ।

ଆଉ ଜଣେ ବ୍ୟକ୍ତିଙ୍କ ବି ମୃତ୍ୟୁ ହୋଇଛି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ୍ ୱାର୍ଡ଼ରେ । କରୋନା କାଳରେ ଏହି ଦୁଇ ଦୁଇଟି ସାଂଘାତିକ ଘଟଣାର ଭାଇରାଲ୍ ଭିଡ଼ିଓ ସହ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ ।

Related story