ଟଙ୍କା ନାହିଁ ବୋଲି ଡାକ୍ତରଖାନାରେ ବନ୍ଧା ପଡ଼ିଛି ଜୀବନ
ଅଭିଯୋଗ ଅନୁସାରେ, ଗତ ୧୭ ତାରିଖରେ ତୁଳସୀଙ୍କ ସ୍ୱାମୀ ଶୁକଲାଲ ମୁଣ୍ଡା ଓ ତାଙ୍କ ଝିଅ କୁନ୍ତଳାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନା ଆଣିବା ରାସ୍ତାରେ ଝିଅର ମୃତ୍ୟୁ ଘଟିଥିଲା। ଶୁକଲାଲଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।
କଟକରେ ଜଣେ ଦଲାଲ କମ୍ ଖର୍ଚ୍ଚରେ ଚିକିତ୍ସାର ପ୍ରତିଶ୍ରୁତି ଦେଇ ଶୁକଲାଲଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଦେଇଥିଲା।
ଡାକ୍ତରଖାନା କର୍ତ୍ତୃପକ୍ଷ ୨୦/୨୫ ହଜାର ଟଙ୍କାରେ ଚିକିତ୍ସା ହେବ ବୋଲି କହିବା ପରେ ଶୁକଲାଲଙ୍କ ପତ୍ନୀ ତୁଳସୀ ଛେଳି ଓ ଗାଈ ବିକି ଟଙ୍କା ଯୋଗାଡ଼ କରିଥିଲେ। ପୁଣି ଡାକ୍ତରଖାନା କର୍ତ୍ତୃପକ୍ଷ ଆହୁରି ଟଙ୍କା ମାଗିବାରୁ ଘର ବନ୍ଧା ପକାଇ ଟଙ୍କା ଜମା କରିଥିଲେ। ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ ଆହୁରି ୭୦ ହଜାର ଟଙ୍କା ମାଗୁଥିବା ତୁଳସୀ ଅଭିଯୋଗ କରିଛନ୍ତି।
ତୁଳସୀ ଅଧିକ ଟଙ୍କା ଦେଇ ନପାରିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଶୁକଲାଲଙ୍କୁ ଛାଡ଼ୁ ନଥିବା ଅଭିଯୋଗ ହୋଇଛି।
ସ୍ୱାମୀଙ୍କୁ ମୁକୁଳାଇବା ଲାଗି ତୁଳସୀ ଏବେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।
Ordigital Desk
• Published: Tuesday, 28 August 2018
• Updated: 28 August 2018, 08:43 AM IST
Sports
Latest News
ଅଭିଯୋଗ ଅନୁସାରେ, ଗତ ୧୭ ତାରିଖରେ ତୁଳସୀଙ୍କ ସ୍ୱାମୀ ଶୁକଲାଲ ମୁଣ୍ଡା ଓ ତାଙ୍କ ଝିଅ କୁନ୍ତଳାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନା ଆଣିବା ରାସ୍ତାରେ ଝିଅର ମୃତ୍ୟୁ ଘଟିଥିଲା। ଶୁକଲାଲଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।
କଟକରେ ଜଣେ ଦଲାଲ କମ୍ ଖର୍ଚ୍ଚରେ ଚିକିତ୍ସାର ପ୍ରତିଶ୍ରୁତି ଦେଇ ଶୁକଲାଲଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଦେଇଥିଲା।
ଡାକ୍ତରଖାନା କର୍ତ୍ତୃପକ୍ଷ ୨୦/୨୫ ହଜାର ଟଙ୍କାରେ ଚିକିତ୍ସା ହେବ ବୋଲି କହିବା ପରେ ଶୁକଲାଲଙ୍କ ପତ୍ନୀ ତୁଳସୀ ଛେଳି ଓ ଗାଈ ବିକି ଟଙ୍କା ଯୋଗାଡ଼ କରିଥିଲେ। ପୁଣି ଡାକ୍ତରଖାନା କର୍ତ୍ତୃପକ୍ଷ ଆହୁରି ଟଙ୍କା ମାଗିବାରୁ ଘର ବନ୍ଧା ପକାଇ ଟଙ୍କା ଜମା କରିଥିଲେ। ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ ଆହୁରି ୭୦ ହଜାର ଟଙ୍କା ମାଗୁଥିବା ତୁଳସୀ ଅଭିଯୋଗ କରିଛନ୍ତି।
ତୁଳସୀ ଅଧିକ ଟଙ୍କା ଦେଇ ନପାରିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଶୁକଲାଲଙ୍କୁ ଛାଡ଼ୁ ନଥିବା ଅଭିଯୋଗ ହୋଇଛି।
ସ୍ୱାମୀଙ୍କୁ ମୁକୁଳାଇବା ଲାଗି ତୁଳସୀ ଏବେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos