ଗରିବ ଲୋକ ଆଉ ଗାଡ଼ି ଚଳାଇ ପାରିବେ ନାହିଁ: ସୁଶାନ୍ତ ସିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପକଡ଼ ଚାଲିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରୁଛି। ଅନ୍ୟପକ୍ଷରେ ଏହି ସଂଶୋଧିତ ଆଇନ୍‌କୁ ନାପସନ୍ଦ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି,“ବାଇକ୍‌ରେ ଗଲେ ଯେତିକି ଫାଇନ୍‌ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ […]

Susanta Singh

Jyoshna Pradhan
  • Published: Friday, 06 September 2019
  • , Updated: 06 September 2019, 01:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପକଡ଼ ଚାଲିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରୁଛି। ଅନ୍ୟପକ୍ଷରେ ଏହି ସଂଶୋଧିତ ଆଇନ୍‌କୁ ନାପସନ୍ଦ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ।

ସେ କହିଛନ୍ତି,“ବାଇକ୍‌ରେ ଗଲେ ଯେତିକି ଫାଇନ୍‌ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, ତାଠୁ ଅଧିକ ଫାଇନ୍‌ ଦେବାକୁ ପଡ଼ୁଛି। ଲୋକଙ୍କୁ ପ୍ରଥମେ ସଚେତନ କରାଇ ପରେ ଆଇନ ଲାଗୁ କରିବା କଥା।”

ଶ୍ରୀ ସିଂହ ଆହୁରି କହିଛନ୍ତି,“ଗରିବ ଲୋକ ଆଉ ଗାଡ଼ି ଚଳାଇ ପାରିବେ ନାହିଁ। ଆଇନକୁ ତର୍ଜମା କରି ଜୋରିମାନା କମ୍ କରିଯିବା କଥା।”

ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ ସାରା ଦେଶରେ  ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହୋଇଛି।

Related story