ସୋଶାଲ ମିଡିଆର କମାଲ: ରାନୁଙ୍କ ପରେ ପାଞ୍ଚାଳୀ ପାଇଲେ ୯ ମାସର ଚାଉଳ

ଭଦ୍ରକ(ପାର୍ଥ ସାରଥୀ):ସୋଶାଲ୍ ମିଡିଆ ଯେ, କେବଳ ରାନୁ ମଣ୍ଡଳଙ୍କ ଭଳି କାହାରିକୁ ଷ୍ଟେସନ୍‌ରୁ ରାତାରାତି ମ୍ୟୁଜିକ୍ ଷ୍ଟୁଡିଓରେ ପହଞ୍ଚାଇପାରେ ତା ନୁହେଁ,  ଏହା ଗରିବଙ୍କ ଡାକକୁ ବି ସିଧାସଳଖ ପକାଇପାରେ ସରକାରଙ୍କ କାନରେ।  ଏହାର ପ୍ରତ୍ୟକ୍ଷ ପ୍ରମାଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା  ଧାମନଗର ବ୍ଲକରେ। ଜଣେ ଗରିବ ହିତାଧିକାରୀ ବର୍ଷେ କାଳ ଅଫିସ୍‌ରୁ ଅଫିସ୍‌କୁ ଦୌଡ଼ି ରାସନ୍ କାର୍ଡ ପାଉନଥିବା ବେଳେ, ସ୍ଥାନୀୟ  ଯୁବକଙ୍କ କେବଳ ଗୋଟିଏ ଟ୍ୱିଟ୍‌ ପରେ ତାଙ୍କୁ ଏକାଥରକେ ୯ ମାସର […]

k-9877

k-9877

Tapas Behera
  • Published: Wednesday, 28 August 2019
  • Updated: 28 August 2019, 08:33 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ):ସୋଶାଲ୍ ମିଡିଆ ଯେ, କେବଳ ରାନୁ ମଣ୍ଡଳଙ୍କ ଭଳି କାହାରିକୁ ଷ୍ଟେସନ୍‌ରୁ ରାତାରାତି ମ୍ୟୁଜିକ୍ ଷ୍ଟୁଡିଓରେ ପହଞ୍ଚାଇପାରେ ତା ନୁହେଁ,  ଏହା ଗରିବଙ୍କ ଡାକକୁ ବି ସିଧାସଳଖ ପକାଇପାରେ ସରକାରଙ୍କ କାନରେ।  ଏହାର ପ୍ରତ୍ୟକ୍ଷ ପ୍ରମାଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା  ଧାମନଗର ବ୍ଲକରେ। ଜଣେ ଗରିବ ହିତାଧିକାରୀ ବର୍ଷେ କାଳ ଅଫିସ୍‌ରୁ ଅଫିସ୍‌କୁ ଦୌଡ଼ି ରାସନ୍ କାର୍ଡ ପାଉନଥିବା ବେଳେ, ସ୍ଥାନୀୟ  ଯୁବକଙ୍କ କେବଳ ଗୋଟିଏ ଟ୍ୱିଟ୍‌ ପରେ ତାଙ୍କୁ ଏକାଥରକେ ୯ ମାସର ଚାଉଳ ମିଳିପାରିଛି।  ତା’ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତିର  ବି ପର୍ଦ୍ଦାଫାସ୍ ହୋଇଛି ।

ଗରିବର ଲକ୍ଷେ ଗୁହାରି ସତ୍ତ୍ୱେ ଭାଙ୍ଗୁନଥିବା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ, ଗାଏବ ହୋଇଗଲା ଗୋଟିଏ ଟ୍ୱିଟ୍‌ରେ। ବର୍ଷେ  ଧରି ଆବେଦନ, ନିବେଦନ ସତ୍ତ୍ୱେ ଖଣ୍ଡେ ରାସନକାର୍ଡ ପାଉନଥିବା ଧାମନଗର ଅନହରପୁରର ପାଞ୍ଚାଳୀ ଜେନା, ଏକାଥରକେ ୯ ମାସର  ଚାଉଳ ପାଇଲେ।

ଭଗବାନପୁର ପଞ୍ଚାୟତର କିଛି ଯୁବକ ପାଞ୍ଚାଳୀଙ୍କ ଦୁଃଖ  ଦେଖି, ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ, ଭଦ୍ରକ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ।  ଆଶ୍ଚର୍ଯ୍ୟର କଥା, ଗତ ୨୬ ତାରିଖରେ ଟ୍ୱିଟ୍‌ ହେବାର ମାତ୍ର କିଛି ସମୟ ଭିତରେ, ଚଳଚଞ୍ଚଳ ହୋଇଉଠିଥିଲା ସରକାରୀ କଳ। ବିଭାଗୀୟ  ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ଓ ଜିଲ୍ଲାପାଳ ଯୋଗାଣ ଅଧିକାରୀଙ୍କୁ ଏନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।   ବିଭାଗୀୟ ଅଧିକାରୀ ଗାଁରେ ପହଞ୍ଚି ଡିଲରଙ୍କ ପାଖରେ ଥିବା ହିତାଧିକାରୀ ତାଲିକାରେ ପାଞ୍ଚାଳୀଙ୍କ ନାଁ ଥିବା ଏବଂ ସେ ଗତ ଅକ୍ଟୋବରରୁ  ଚାଉଳ ପାଇନଥିବା ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କୁ ତତ୍‌କ୍ଷଣାତ ୯ ମାସର ବକେୟା ୧ କ୍ୱିଣ୍ଟାଲ୍ ୮୦ କିଲୋ ଚାଉଳ ଦିଆଯାଇଥିଲା ।

ପ୍ରଶ୍ନ ଉଠୁଛି, ପାଞ୍ଚାଳୀଙ୍କ ନାଁ ଯଦି ତାଲିକାରେ ଥିଲା, ତେବେ ସେ ପୂର୍ବରୁ ଚାଉଳ ପାଉନଥିଲେ କାହିଁକି? ଏହି ବାଟମାରଣା ପାଇଁ  ଦାୟୀ କିଏ? ଗାଁର ଅନ୍ୟ ଆବେଦନକାରୀଙ୍କ ଚାଉଳ ବି ଭିତରେ ଭିତରେ ହରିଲୁଟ୍ ହେଉନି ତ? ସବୁଠୁ ବଡ଼ ପ୍ରଶ୍ନ, ଯଦି ଟ୍ୱିଟ୍‌ର ର କେଇ ଘଣ୍ଟା  ଭିତରେ ହିତାଧିକାରୀଙ୍କ ପାଖରେ ଚାଉଳ ପହଞ୍ଚି ପାରିଲା, ତେବେ ବର୍ଷେ ହେବ ପ୍ରଶାସନ ଶୋଇଥିଲା କାହିଁକି? ସମୟ ଓ ସ୍ୱଚ୍ଛତା ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍-ଟି ବାର୍ତ୍ତାର ଦୁଇ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ, ଏହାକୁ ତୃଣମୂଳ ସ୍ତରରେ କେତେ ଗୁରୁତ୍ୱ ଦେଉଛନ୍ତି ସରକାରୀ  ଅଧିକାରୀ?  ସେପଟେ ସିଏସ୍ଓ ଏବଂ ବିଡିଓଙ୍କୁ ଏ ସଂପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ପ୍ରଶାସନ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story