୨ ନୂଆ ରେଳଲାଇନ ପାଇଁ ପୁଣି ଆଶା ସଂଚାର, ବଜେଟରେ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ବଜେଟ୍ ଆଗତ ପରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ କେତେ ବଜେଟ୍ ମିଳିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଦୀର୍ଘ ୪ବର୍ଷ ଧରି ଅନିଶ୍ଚିତତାରେ ଥିବା ୨ଟି ନୂଆ ରେଳଲାଇନ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ବଜେଟରେ ବ୍ୟବସ୍ଥା କରିଛନ୍ତି। ବହୁଚର୍ଚ୍ଚିତ ବାଦାମପାହାଡ଼-କେନ୍ଦୁଝର ଗଡ଼(୮୦କିମି) ରେଳଲାଇନ୍ ନିର୍ମାଣ ଓ ବାଙ୍ଗିରିପୋଷି-ଗୋରୁମହିଷାଣୀ(୬୨କିମି) ନୂଆ ରେଳଲାଇନ୍ ନିର୍ମାଣ ପାଇଁ ନୂତନ ଭାବେ ସର୍ଭେ କାର୍ଯ୍ୟ […]

railway

Ordigital Desk
  • Published: Wednesday, 02 February 2022
  • , Updated: 02 February 2022, 07:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ବଜେଟ୍ ଆଗତ ପରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ କେତେ ବଜେଟ୍ ମିଳିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଦୀର୍ଘ ୪ବର୍ଷ ଧରି ଅନିଶ୍ଚିତତାରେ ଥିବା ୨ଟି ନୂଆ ରେଳଲାଇନ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ବଜେଟରେ ବ୍ୟବସ୍ଥା କରିଛନ୍ତି। ବହୁଚର୍ଚ୍ଚିତ ବାଦାମପାହାଡ଼-କେନ୍ଦୁଝର ଗଡ଼(୮୦କିମି) ରେଳଲାଇନ୍ ନିର୍ମାଣ ଓ ବାଙ୍ଗିରିପୋଷି-ଗୋରୁମହିଷାଣୀ(୬୨କିମି) ନୂଆ ରେଳଲାଇନ୍ ନିର୍ମାଣ ପାଇଁ ନୂତନ ଭାବେ ସର୍ଭେ କାର୍ଯ୍ୟ ନିମନ୍ତେ ବଜେଟରେ ବ୍ୟୟବରାଦ ହୋଇଛି। କେନ୍ଦୁଝର ଓ ମୟୂରଭଞ୍ଜବାସୀ ଦୀର୍ଘଦିନ ଧରି ବାଦାମପାହାଡ଼-କେନ୍ଦୁଝର ଗଡ଼ ମଧ୍ୟରେ ଟ୍ରେନ ଚଳାଚଳ ନିମନ୍ତେ ଦାବି କରି ଆସୁଥିଲେ।

କେନ୍ଦ୍ର ରେଳ ମନ୍ତ୍ରଣାଳୟର ପିକ୍ ବୁକ୍ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ବାଙ୍ଗିରିପୋଷି-ଗୋରୁମହିଷାଣୀ ମାର୍ଗ ଏବଂ ବାଦାମପାହାଡ଼-କେନ୍ଦୁଝର ଗଡ଼ ମାର୍ଗରେ ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ ନିମନ୍ତେ ନୂତନ କରି ସର୍ଭେ ଆରମ୍ଭ କରିବା ପାଇଁ ଅର୍ଥ ବ୍ୟୟବରାଦ ହୋଇଛି । ୨୦୧୮ ମସିହା ରେଳ ବଜେଟରେ ଏହି ଦୁଇ ପ୍ରକଳ୍ପ ରେଳ ମନ୍ତ୍ରଣାଳୟ ପାଇଁ ଲାଭଜନକ ନୁହେଁ ଦର୍ଶାଇ ବନ୍ଦ କରି ଦିଆଯାଇଥିଲା ।

ସେହିପରି ଧୋଲତାପାହାଡ଼-ବଡ଼ବିଲ(୭୧.୬କିମି), ରାଉରକେଲା-ବଣ୍ଡମୁଣ୍ଡା (୧୦କିମି), କିରିବୁର-ବଡ଼ବିଲ (୨୪.୫୦କିମି), ଧୋଲତାପାହାଡ଼-ନୟାଗଡ଼ ଭାୟା ସାନିନ୍ଦପୁର ଖଣି(୪୫କିମି)ର ନୂଆ ରେଳ ମାର୍ଗ ନିର୍ମାଣ ପାଇଁ ଚୂଡ଼ାନ୍ତ ସର୍ଭେ ନିମନ୍ତେ ବଜେଟରେ ଅର୍ଥ ବ୍ୟୟବରାଦ ସହ ରାଉରକେଲା ଓ ବୀରମିତ୍ରପୁରଠାରେ ଦୁଇଟି ରେଲୱେ ଫ୍ଲାଏଓଭର ନିର୍ମାଣ, ରାଉରକେଲା-ବଣ୍ଡମୁଣ୍ଡା ମଧ୍ୟରେ ପଂଚମ ରେଳଲାଇନ୍ ନିର୍ମାଣ ନିମନ୍ତେ ବଜେଟରେ ଆବଶ୍ୟକ ବ୍ୟୟବରାଦ ହୋଇଛି ।

ସେହିପରି ନାରାୟଣଗଡ଼-ଭଦ୍ରକ (୧୫୫କିମି) ମଧ୍ୟରେ ତୃତୀୟ ରେଳଲାଇନ୍ ନିର୍ମାଣ ପାଇଁ ଚୂଡ଼ାନ୍ତ ସର୍ଭେ କାର୍ଯ୍ୟ ପାଇଁ ବ୍ୟୟବରାଦ ହୋଇଥିବାବେଳେ ଦୀଘା ଓ ରୁପସା ମଧ୍ୟରେ ଭାୟା ବାଲିଆପାଳ(୫୮କିମି)ର ନୂଆ ରେଳମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ନିମନ୍ତେ ବ୍ୟବସ୍ଥା ହୋଇଛି । ସେହିପରି ବାଙ୍ଗିରିପୋଷି ଓ ଦେଓଘର ଭାୟା ବାଦାମପାହାଡ଼ ଓ ଚମ୍ପୁଆ ମଧ୍ୟରେ ୧୧୦କିମିର ନୂଆ ରେଳମାର୍ଗ, ଟାଟା-ଝାରସୁଗୁଡ଼ା ମଧ୍ୟରେ ଚତୁର୍ଥ ରେଳମାର୍ଗ ପାଇଁ ସର୍ଭେ କାର୍ଯ୍ୟକୁ ମଧ୍ୟ ବଜେଟରେ ମଞ୍ଜୁରୀ ମିଳିଛି ।

ଏସବୁ ବ୍ୟତୀତ ଝାରସୁଗୁଡ଼ା-ଚମ୍ପା-ବିଳାସପୁରର ୬୦କିମି ମାର୍ଗରେ ରେଳଲାଇନ୍ ନିର୍ମାଣ ପାଇଁ ୬୦କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Related story