ମନମାନି କରୁଛି ମୌସୁମୀ: ଚାଷୀଙ୍କୁ ପାଣି ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଚାଷୀଙ୍କୁ ଚଳିତ ବର୍ଷ ଚିନ୍ତା ବଢ଼ାଇଛି ମୌସୁମୀ ବର୍ଷା । ପ୍ରାକ୍ ମୌସୁମୀ ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କଲାଣି ତ’ ଆଉ କେଉଁଠି ଆଗେଇ ପାରୁନି ଚାଷ ବାସ। ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରି ଦୀର୍ଘ ଦିନ ହେଲାଣି ଚାଷୀ ଚାହିଁ ରହିଛି ବର୍ଷାକୁ । ହେଲେ ଆବଶ୍ୟକ ମୁତାବକ ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିଛି। ଏଭଳି ସ୍ଥିତିରେ ସାଧାରଣତଃ ଜୁନ୍ ୧୦ ସୁଦ୍ଧା ଓଡ଼ିଶାକୁ ଭିଜାଉଥିବା […]

rio

rio

Tapas Behera
  • Published: Monday, 03 June 2019
  • Updated: 03 June 2019, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଚାଷୀଙ୍କୁ ଚଳିତ ବର୍ଷ ଚିନ୍ତା ବଢ଼ାଇଛି ମୌସୁମୀ ବର୍ଷା । ପ୍ରାକ୍ ମୌସୁମୀ ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କଲାଣି ତ’ ଆଉ କେଉଁଠି ଆଗେଇ ପାରୁନି ଚାଷ ବାସ। ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରି ଦୀର୍ଘ ଦିନ ହେଲାଣି ଚାଷୀ ଚାହିଁ ରହିଛି ବର୍ଷାକୁ । ହେଲେ ଆବଶ୍ୟକ ମୁତାବକ ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିଛି। ଏଭଳି ସ୍ଥିତିରେ ସାଧାରଣତଃ ଜୁନ୍ ୧୦ ସୁଦ୍ଧା ଓଡ଼ିଶାକୁ ଭିଜାଉଥିବା ମୌସୁମୀ ଆସିବାରେ ଆହୁରି ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି ।

ଏହାରି ଭିତରେ ଅକ୍ଷୟ ତୃତୀୟା ଯିବାକୁ ପ୍ରାୟ ମାସେ ହେଲାଣି। ବର୍ଷାର ଦେଖା ନାହିଁ । ଏଣେ ଜମିରେ ପାଣି ନଥିବାରୁ ହଳ ଚାଲୁନି।  ପ୍ରାକ୍ ମୌସୁମୀ ବର୍ଷା ଅଭାବରୁ ରାଜ୍ୟର ପ୍ରାୟ ଜିଲ୍ଲାରେ ସମାନ ଅବସ୍ଥା । ମାଟି ଫାଟି ଆଁକରିଛି।  ଫଳରେ ଚାଷୀ ଚାଷ କାମ ଆଗକୁ ବଢାଇବାକୁ ସାହସ କରିପାରୁନାହାନ୍ତି। ସେପଟେ ବହୁ ଦିନ ଧରି ବର୍ଷା ନହେବା କାରଣରୁ କିଛି ସ୍ଥାନରେ ଖରାଦିନିଆ ଫସଲ ବି କ୍ଷତିଗ୍ରସ୍ତ ହୋଇଛି। ଗତ ବର୍ଷର ଇନପୁଟ ସହାୟତା ଓ ବୀମାରାଶି  ମିଳିନଥିବା ବେଳେ ଏବର୍ଷ ଆରମ୍ଭରୁ ବି ଚାଷରେ ଅନିଶ୍ଚିତତାକୁ ଦେଖି ରାସ୍ତାକୁ ଓହ୍ଲାଇଛନ୍ତି କୁଚିଣ୍ଡା ଉପଖଣ୍ଡର ଚାଷୀ।

ମାର୍ଚ୍ଚ ୧ରୁ ମେ ୩୦ ମଧ୍ୟରେ ସାଧାରଣତଃ ପ୍ରାକ୍ ମୌସୁମୀ ବର୍ଷା ହୋଇଥାଏ । ତେବେ ଏବର୍ଷ ପ୍ରାକ୍ ମୌସୁମୀ ବର୍ଷା ପରିମାଣ ୨୨ ପ୍ରତିଶତ କମ୍ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ରାଜ୍ୟର ନବରଙ୍ଗପୁର, କୋରାପୁଟ, ଗଜପତି, ଗଂଜାମ, ଦେବଗଡ଼, ନୂଆପଡ଼ା, ମୟୁରଭଞ୍ଜ, ପୁରୀ, ନୟାଗଡ଼, ଅନୁଗୁଳ ଏବଂ ବାଲେଶ୍ୱର ଜିଲ୍ଲାରେ କମ୍ ବର୍ଷା ହୋଇଛି ।

ତେବେ ମାର୍ଚ୍ଚରୁ ମେ’ ମଧ୍ୟରେ ଓଡ଼ିଶାରେ ୧୬୨. ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବୃଷ୍ଟିପାତ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ  କୁହାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ଓଡ଼ିଶାରେ ପହ଼ଞ୍ଚିବାରେ ବିଳମ୍ବ ହେବା ଆଶଙ୍କା ରହିଛି। ମୌସୁମୀ ଏବେ ଆଣ୍ଡାମାନ ଦ୍ୱିପପୁଞ୍ଜକୁ ଅତିକ୍ରମ କରି ଆଗକୁ ବଢୁଥିବା ବେଳେ ଆସନ୍ତା ୬ ତାରିଖ ସୁଦ୍ଧା କେରଳ ଛୁଇଁପାରେ।  ସାଧାରଣତଃ କେରଳ ଛୁଁଇବାର ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ଓଡ଼ିଶା ଆସିଥାଏ ମୌସୁମୀ।  ସେ ଦୃଷ୍ଟିରୁ ଏଥର ଓଡ଼ିଶା ଛୁଇଁବାରେ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ କହିଛି। ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ମୌସୁମୀ ଆଗମନରେ ବିଳମ୍ବ ଚାଷୀଙ୍କ  ଚିନ୍ତା ବଢାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story