ଡାକ କର୍ମଚାରୀ ଲୁଟିନେଲେ ୮ ଲକ୍ଷ, ୨ ମାସ ପରେ ବାନ୍ଧିଲା ପୁଲିସ୍‌

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ସାଧାରଣ ଖଟିଖିଆ ଲୋକଙ୍କ ବିଶ୍ୱାସରେ ବିଷ ଦେଲେ ଡାକଘର କର୍ମଚାରୀ। ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ଡାକ ଘରେ ଜମା କରିବା ବଦଳରେ ନିଜ ପକେଟ ଗରମ କରୁଥିଲେ। ଏପରି ଭାବେ କିଛି ଦିନ ଚାଲିବା ପରେ କର୍ମଚାରୀଜଣକ  ୮.୭୩ ଲକ୍ଷ ଟଙ୍କା ହଡପ କରି ଫେରାର ହୋଇଯାଇଥିବା ଜଣାପଡ଼ିଲା। ପୁଲିସ୍‌ ଖୋଜାଖୋଜି କରି ପ୍ରାୟ ୨ ମାସ ପରେ ଆଜି ତାଙ୍କୁ ଗିରଫ କରିଛି। ହେଲେ ଲୁଟ୍‌ ଟଙ୍କା ଫେରିପାଇବା ଆଶା ମଉଳି […]

arrest

arrest

Niharika Rout
  • Published: Friday, 29 April 2022
  • Updated: 29 April 2022, 01:26 PM IST

Sports

Latest News

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ସାଧାରଣ ଖଟିଖିଆ ଲୋକଙ୍କ ବିଶ୍ୱାସରେ ବିଷ ଦେଲେ ଡାକଘର କର୍ମଚାରୀ। ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ଡାକ ଘରେ ଜମା କରିବା ବଦଳରେ ନିଜ ପକେଟ ଗରମ କରୁଥିଲେ। ଏପରି ଭାବେ କିଛି ଦିନ ଚାଲିବା ପରେ କର୍ମଚାରୀଜଣକ  ୮.୭୩ ଲକ୍ଷ ଟଙ୍କା ହଡପ କରି ଫେରାର ହୋଇଯାଇଥିବା ଜଣାପଡ଼ିଲା। ପୁଲିସ୍‌ ଖୋଜାଖୋଜି କରି ପ୍ରାୟ ୨ ମାସ ପରେ ଆଜି ତାଙ୍କୁ ଗିରଫ କରିଛି। ହେଲେ ଲୁଟ୍‌ ଟଙ୍କା ଫେରିପାଇବା ଆଶା ମଉଳି ଯାଇଛି। ବ୍ୟବସାୟରେ କ୍ଷତି ଯୋଗୁ ସବୁ ଟଙ୍କା ବୁଡ଼ି ଯାଇଥିବା କହିଛନ୍ତି ଅଭିଯୁକ୍ତଜଣକ । ଏପରି ଘଟଣା କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଘଟିଥିବା ବେଳେ ଅଭିଯୁକ୍ତଜଣକ ହେଉଛନ୍ତି ନାରାୟଣପାଟଣା ଉପ ଡାକଘରର ଚତୁର୍ଥ ଶ୍ରେଣୀ କର୍ମଚାରୀ ବୃନ୍ଦାବନ ଦଳେଇ ।

ଥାନାଧିକାରୀ ରଘୁନାଥ ମାଝୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ବୃନ୍ଦାବନ ନାରାୟଣପାଟଣା ଉପ ଡାକଘରେ କାର୍ଯ୍ୟରତ ଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଟଙ୍କା ଜମା କରିବାକୁ ଦେଇଥାନ୍ତି। ମାତ୍ର ବୃନ୍ଦାବନ ସାଧାରଣ ଲୋକଙ୍କୁ ଧୋକ୍କା ଦେଇ ଉକ୍ତ ଟଙ୍କାକୁ ଜମା କରୁ ନ ଥିଲେ।  କିଛି ଦିନ ପରେ ଖୋଳତାଡ଼ କରୁ କରୁ ବୃନ୍ଦାବନ ପ୍ରାୟ ୧୦ଜଣଙ୍କଠାରୁ ୮.୩୩  ହଜାର ଟଙ୍କା ହଡ଼ପ କରା ଫେରାର ହୋଇଥିବା ଜଣାପଡ଼ିଥିଲା। ଏହାପରେ ଠକାମୀର ଶିକାର ହୋଇଥିବା ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ପୁଲିସ୍‌ ଘଟଣାର ଖୋଳତାଡ଼ କରି ଦୀର୍ଘ ୨ ମାସ ପରେ  ଅଭିଯୁକ୍ତ ବୃନ୍ଦାବନଙ୍କୁ ରାୟଗଡ଼ାରୁ ଗିରଫ କରିଛି। ହେଲେ ହଡ଼ପ ଟଙ୍କାର କିଛି ତାଙ୍କ ପାଖରେ ନ ଥିବା କହିଛନ୍ତି ବୃନ୍ଦାବନ । ଏହାଶୁଣି ଠକାମୀର ଶିକାର ହୋଇଥିବା ଲୋକେ ମୁଣ୍ଡରେ ହାତ ଦେଇଥିବା ବେଳେ ପୁଲିସ୍‌ ସେମାନଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା କରୁ ବୋଲି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story