ଡାକସେବା ଠପ୍‌, ଅଫିସ୍‌ରେ ଗଦା ହୋଇଛି ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୧ ଦିନରେ ପହଞ୍ଚିଲା ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ। ଫଳରେ ଦେଶବ୍ୟାପୀ  ଗ୍ରାମାଞ୍ଚଳଗୁଡ଼ିକରେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଡାକ ସେବା। ଓଡ଼ିଶାର ସବୁ ଜିଲ୍ଲାରେ ବି ଡାକ କର୍ମଚାରୀଙ୍କ ଆନ୍ଦୋଳନର ପ୍ରଭାବ ପଡ଼ିଛି। ପୋଷ୍ଟ ଅଫିସମାନଙ୍କରେ ଗଦା ଗଦା ଚିଠି ବଣ୍ଟା ନହୋଇ ପଡ଼ି ରହିଛି। ଫଳରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଅପେକ୍ଷାରେ ଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ କର୍ମଚାରୀଙ୍କ ମଜୁରୀ ସଂଶୋଧନ ନେଇ କମଲେଶ ଚନ୍ଦ୍ର କମିଟି ଦେଇଥିବା ରିପୋର୍ଟ କାର୍ଯ୍ୟକାରୀ […]

postal strike in 11 day

postal strike in 11 day

Rakesh Mallick
  • Published: Friday, 01 June 2018
  • Updated: 01 June 2018, 08:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୧ ଦିନରେ ପହଞ୍ଚିଲା ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ। ଫଳରେ ଦେଶବ୍ୟାପୀ  ଗ୍ରାମାଞ୍ଚଳଗୁଡ଼ିକରେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଡାକ ସେବା। ଓଡ଼ିଶାର ସବୁ ଜିଲ୍ଲାରେ ବି ଡାକ କର୍ମଚାରୀଙ୍କ ଆନ୍ଦୋଳନର ପ୍ରଭାବ ପଡ଼ିଛି। ପୋଷ୍ଟ ଅଫିସମାନଙ୍କରେ ଗଦା ଗଦା ଚିଠି ବଣ୍ଟା ନହୋଇ ପଡ଼ି ରହିଛି। ଫଳରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଅପେକ୍ଷାରେ ଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ କର୍ମଚାରୀଙ୍କ ମଜୁରୀ ସଂଶୋଧନ ନେଇ କମଲେଶ ଚନ୍ଦ୍ର କମିଟି ଦେଇଥିବା ରିପୋର୍ଟ କାର୍ଯ୍ୟକାରୀ କରିବା ଓ ମେମ୍ବରସିପ୍ ରି’ ଭେରିଫିକେସନ୍ ପ୍ରସେସ ଫଳାଫଳ ଘୋଷଣା ଦାବିରେ ଗ୍ରାମୀଣ ଡାକସେବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେଶବ୍ୟାପୀ ୨ ଲକ୍ଷ ୭୦ ହଜାର କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯାହାଫଳରେ ସାରା ଦେଶରେ ୧ ଲକ୍ଷ ୨୯ ହଜାର ୫୦୦ ଗ୍ରାମାଞ୍ଚଳ ଡାକଘରେ ତାଲା ପଡ଼ିଥିବା ବେଳେ ଓଡ଼ିଶାରେ ୭ହଜାରରୁ ଅଧିକ ଡାକଘରେ ଡାକସେବା ଠପ୍ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos