ନୂଆବର୍ଷରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ମନା: କାନ୍ଥରେ ଲାଗିଲା ପୋଷ୍ଟର

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରକୁ ସ୍ମାର୍ଟ ଫୋନ୍‌ ଯାଇପାରିବ ନାହିଁ। ସେବାୟତମାନେ ପଞ୍ଜୀକୃତ କ୍ୟାମେରା ବିହୀନ ମୋବାଇଲ ନେଇ ଯାଇପାରିବେ। ନୂଆବର୍ଷଠାରୁ ଏହି ନିୟମ ଲାଗୁ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁଇଟି କମ୍ପାନୀ ପକ୍ଷରୁ ମୋବାଇଲ କାଉଣ୍ଟର ଖୋଲା ଯାଇଥିଲା। ମାତ୍ର ଏହାକୁ ନେଇ ଏବେ ବିବାଦ ଉଠିଛି। ଶ୍ରୀମନ୍ଦିର ଚାରି ଦ୍ୱାର ଓ ପରିସରରେ ସେବାୟତ ସମାଜ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି। […]

puri temple

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 05:43 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରକୁ ସ୍ମାର୍ଟ ଫୋନ୍‌ ଯାଇପାରିବ ନାହିଁ। ସେବାୟତମାନେ ପଞ୍ଜୀକୃତ କ୍ୟାମେରା ବିହୀନ ମୋବାଇଲ ନେଇ ଯାଇପାରିବେ। ନୂଆବର୍ଷଠାରୁ ଏହି ନିୟମ ଲାଗୁ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁଇଟି କମ୍ପାନୀ ପକ୍ଷରୁ ମୋବାଇଲ କାଉଣ୍ଟର ଖୋଲା ଯାଇଥିଲା। ମାତ୍ର ଏହାକୁ ନେଇ ଏବେ ବିବାଦ ଉଠିଛି। ଶ୍ରୀମନ୍ଦିର ଚାରି ଦ୍ୱାର ଓ ପରିସରରେ ସେବାୟତ ସମାଜ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି।

କ୍ୟାମେରା ବିହୀନ ମୋବାଇଲ ବ୍ୟବହାର ପାଇଁ ଛତିଶା ନିଯୋଗ ନିଷ୍ପତ୍ତ ହୋଇନି। ଏପରିକି ପରିଚାଳନା ପରିଷଦରେ ଆଗତ କରାଯାଇ ନ ଥିବା ବେଳେ କିଭଳି ଶ୍ରୀମନ୍ଦିର ପ୍ରଶାସନ ମୋବାଇଲ ଉପରେ କଟକଣା ଲାଗୁ କରୁଛି। ଯଦି ସେବାୟତଙ୍କ ନିକଟରେ କ୍ୟାମେରା ବିହୀନ ମୋବାଇଲ ରହିଛି, ତାହାହେଲେ ସେମାନେ କ’ଣ ପାଇଁ ପ୍ରଶାସନ ନିକଟରୁ କିଣିବେ? ଏହି ନିୟମ ଲାଗୁ କରିବା ପୂର୍ବରୁ ଛତିଶା ନିଯୋଗ ବୈଠକ କରାଯାଉ ବୋଲି ସେବାୟତଙ୍କ ପକ୍ଷରୁ ଦାବି କରାଯାଇଛି। ଏହାଛଡ଼ା ଯେଉଁ ସେବାୟତଙ୍କ ପାଖରେ କ୍ୟାମେରା ବିହୀନ ମୋବାଇଲ ରହିଛି, ସେଥିରେ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ହୋଲଗ୍ରାମ ଲଗାଇବା ସହିତ ପଞ୍ଜୀକରଣ କରାଇବାକୁ ଅନୁମତି ଦିଆଯାଉ ବୋଲି ଦାବି ହୋଇଛି।

ସେବାୟତ ଦାଶରଥୀ ପଣ୍ଡା କହିଛନ୍ତି-“ମୁଁ ଦୀର୍ଘବର୍ଷ ଧରି ଏକ କ୍ୟାମେରା ବିହୀନ ମୋବାଇଲ ବ୍ୟବହାର କରୁଛି। ଏହି ମୋବାଇଲ ନମ୍ୱର ଯାତ୍ରୀ ଓ ପର୍ଯ୍ୟଟକ ନେଇଛନ୍ତି। ଯଦି ଅନ୍ୟ ମୋବାଇଲ ନମ୍ୱର ବ୍ୟବହାର କରେ, ତାହାହେଲେ ଯାତ୍ରୀମାନେ ଅସୁବିଧାରେ ପଡ଼ିବେ। ତେଣୁ ଏହି ମୋବାଇଲରେ ହୋଲଗ୍ରାମ ଲଗାଇ ବ୍ୟବହାର କରିବାକୁ ଅନୁମତି ଦିଆଯାଉ।”

ଶ୍ରୀମନ୍ଦିର ଆଇନ୍‌ ଅନୁସାରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ଛତିଶା ନିଯୋଗରେ ପାରିତ ହେବା ଆବଶ୍ୟକ। ତା’ପରେ ପରିଚାଳନା କମିଟିରେ ପାରିତ ହେବା ପରେ ଏହା ଆଇନ୍‌ରେ ପରିଣତ ହେବ। କିନ୍ତୁ ଏଠାରେ ସେବାୟତଙ୍କ ଉପରେ ଯୋରଜବଦସ୍ତ ମୋବାଇଲ କଟକଣାକୁ ଲାଗୁ କରାଯାଉଛି। ତେଣୁ ଏହି କଟକଣା ନୂତନ ବର୍ଷରୁ ଲାଗୁ କରାନଯାଇ ଆଉ କିଛି ଦିନ ଦିଆଯାଉ। ପୁନର୍ବାର ଛତିଶା ନିଯୋଗ ବୈଠକ ଡକାଯାଇ ଏହା ଉପରେ ଆଲୋଚନା କରାଯାଉ।

Related story