ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଓଡ଼ଙ୍ଗ ଉପ-ଡାକଘରେ ୧୨ ବର୍ଷ ଧରି ଚିଠି ଦିଆ ନଯିବା ଘଟଣାରେ ପୋଷ୍ଟମାଷ୍ଟର୍‌ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱରେ ଅବହେଳା ଅଭିଯୋଗରେ ପୋଷ୍ଟମାଷ୍ଟର୍‌ ଜଗନ୍ନାଥ ପୁହାଣଙ୍କୁ ନିଲମ୍ବନ କରାଯାଇଛି।(image)

ଓଡ଼ଙ୍ଗ ଉପ-ଡାକଘର ପୋଷ୍ଟ ମାଷ୍ଟର୍‌ ବର୍ଷ ବର୍ଷ ଧରି ସମସ୍ତ ଚିଠିକୁ ଠିକଣା ଯାଗାକୁ ନପଠାଇ ଚାପି ରଖିଥିଲେ। ଫଳରେ କାହାର ଚାକିରି, କାହାର ପ୍ରମୋସନ୍ ତ ଆଉ କାହାର ପରିଚୟପତ୍ର ଠିକଣା ସ୍ଥାନକୁ ଯିବା ବଦଳରେ ଖତ ଖାଉଥିଲା।

୨୦୦୭ ମସିହା ପରଠୁ ପୋଷ୍ଟ ମାଷ୍ଟର ଡାକଘରକୁ ଆସିଥିବା କୌଣସି ଚିଠି କାହାରିକୁ ବାଣ୍ଟି ନଥିଲେ।

ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ବିରୋଧ କରିବାରୁ ସଂପୃକ୍ତ ପୋଷ୍ଟ ମାଷ୍ଟର୍‌ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

https://www.youtube.com/watch?v=4VvTWjWuD_U

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।