ଆଳୁ କିଲୋ ୫ ଟଙ୍କା, ଲୋକେ ବୋହିନେଲେ ବସ୍ତା

ବାଲେଶ୍ୱର(ରଣଜିତ ପାକଳ): ବର୍ତ୍ତମାନ ବଜାରରେ ଆଳୁ ରେଟ୍‌ କେତେ? ବୋଧହୁଏ ୧୫, ୨୦ ବା ୨୫ ହୋଇଥିବ! ହେଲେ ୫ ଟଙ୍କାରେ ମିଳୁଛି କେଜିଏ ଆଳୁ। ତେଣୁ ଲୋକମାନେ କିଲୋ ବଦଳରେ ବସ୍ତା ବସ୍ତା ଆଳୁ ବୋହି ନେଉଛନ୍ତି। ଏପରି ଚିତ୍ର ଆସିଛି ବାଲେଶ୍ୱର ଟାଉନ୍‌ରୁ। ଆଳୁ ବ୍ୟବସାୟୀ ମନୋଜ କୁମାର ଜେନା ଆଜି ରେମୁଣା ବଜାରରେ ଶସ୍ତାରେ ବିକୁଛନ୍ତି ଆଳୁ। କିଲୋକୁ ୫ଟାରେ ବିକ୍ରି କରୁଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ମନୋଜଙ୍କ ଦୋକାନରେ […]

Balasore

Balasore

Manoranjan Sial
  • Published: Wednesday, 14 December 2022
  • Updated: 14 December 2022, 06:18 PM IST

Sports

Latest News

ବାଲେଶ୍ୱର(ରଣଜିତ ପାକଳ): ବର୍ତ୍ତମାନ ବଜାରରେ ଆଳୁ ରେଟ୍‌ କେତେ? ବୋଧହୁଏ ୧୫, ୨୦ ବା ୨୫ ହୋଇଥିବ! ହେଲେ ୫ ଟଙ୍କାରେ ମିଳୁଛି କେଜିଏ ଆଳୁ। ତେଣୁ ଲୋକମାନେ କିଲୋ ବଦଳରେ ବସ୍ତା ବସ୍ତା ଆଳୁ ବୋହି ନେଉଛନ୍ତି। ଏପରି ଚିତ୍ର ଆସିଛି ବାଲେଶ୍ୱର ଟାଉନ୍‌ରୁ।

ଆଳୁ ବ୍ୟବସାୟୀ ମନୋଜ କୁମାର ଜେନା ଆଜି ରେମୁଣା ବଜାରରେ ଶସ୍ତାରେ ବିକୁଛନ୍ତି ଆଳୁ। କିଲୋକୁ ୫ଟାରେ ବିକ୍ରି କରୁଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ମନୋଜଙ୍କ ଦୋକାନରେ ଜମିଥିଲା ଗ୍ରହକଙ୍କ ଭିଡ୍‌। ଶସ୍ତାରେ ମିଳୁଥିବାରୁ ଲୋକେ କିଲୋ ବଦଳରେ ଆଳୁ ବସ୍ତା, ବସ୍ତା ବୋହି ନେଉଛନ୍ତି। କିଏ ବସ୍ତାଏ ତ ଆଉ କିଏ ଦୁଇ ବସ୍ତା ଆଳୁ ନେଉଥିବା ଦେଖିବାକୁ ମିଳିଛି। ସବୁଠାରୁ ମଜାଦାର କଥା ହେଉଛି, ଜଣେ ବ୍ୟକ୍ତି ନିଜ ସ୍କୁଟିରେ ୪ ବସ୍ତା ଆଳୁ ଲଦି ନେଉଥିବା ଦେଖିବାକୁ ମିଳିଛି। ତାଙ୍କୁ ପଚାରିବାରୁ ସେ କହୁଛନ୍ତି, ଆଳୁ ଶସ୍ତା ହୋଇଛି। ତେଣୁ ବନ୍ଧୁବାନ୍ଧବଙ୍କ ଘରକୁ ପଠାଇବା ପାଇଁ ୪ ବସ୍ତା ଆଳୁ ନେଉଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଳୁ କିଲୋ ଉଚ୍ଚା ରହିଛି। ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଛି। ତା’ହେଲେ ବାଲେଶ୍ୱରରେ ଆଳୁ କିଲୋ ୫ଟାରେ କେମିତି ବିକ୍ରି ହେଉଛି? ଏହାର ଉତ୍ତର ଜାଣିବାକୁ ହେଲେ ଶୁଣନ୍ତୁ କ’ଣ କହୁଛନ୍ତି ଆଳୁ ବ୍ୟବସାୟୀ ମନୋଜ କୁମାର ଜେନା। ସେ କହିଛନ୍ତି, ଆଉ କିଛି ଦିନ ପରେ ପଶ୍ଚିମବଙ୍ଗରେ ନୂଆ ଆଳୁ ବାହାରିବ। ସେଥିପାଇଁ ସେଠାରେ ଥିବା ଗୋଦାମ ଘର ଗୁଡ଼ିକୁ ଖାଲି କରାଯାଉଛି। ତେଣୁ ଗୋଦାମ ଘରେ ଗଚ୍ଛିତ ଥିବା ଆଳୁକୁ ଅଳ୍ପ ଲାଭରେ ବିକ୍ରି କରିଦେଉଛି। ଛୋଟ ଆଳୁ ଥିବା ବସ୍ତା(୫୦ କେଜି)ର ଦାମ ୨୫୦ ଟଙ୍କାରେ ଓ ବଡ଼ ଆଳୁ ଥିବା ବସ୍ତା ୪୦୦ ଟଙ୍କାରେ ବିକ୍ରି ହେଉଛି ବୋଲି ଆଳୁ ବ୍ୟବସାୟୀ କହିଛନ୍ତି।

ଆଳୁ ବ୍ୟବସାୟୀ ଶ୍ରୀ ଜେନାଙ୍କ କହିଛନ୍ତି, ବେଙ୍ଗଲରେ ମୋର ଗୋଟିଏ ଆଳୁ ଗୋଦାମ ରହିଛି। ଚଳିତବର୍ଷ ୧୬ ଗାଡ଼ିରୁ ଅଧିକ ଆଳୁ ରଖିଥିଲି। ସେତେବେଳେ ବଡ଼ ଆଳୁ ବସ୍ତା ୧୦୦୦ ଟଙ୍କାରେ ଓ ସାନ ଆଳୁ ବସ୍ତା ୬୦୦ ଟଙ୍କାରେ କିଣିଥିଲି। ବର୍ତ୍ତମାନ ଆଳୁ ଦର କମିଛି। କାରଣ ଆର ମାସକୁ ନୂଆ ଆଳୁ ବାହାରିବ। ତେଣୁ ଗୋଦାମରେ ଥିବା ପୁରୁଣା ଆଳୁ ନଷ୍ଟ ହେବା ପରିବର୍ତ୍ତେ ଅଳ୍ପ ଲାଭରେ ଓଡ଼ିଶାରେ ବିକି ଦେଉଛି ବୋଲି ଶ୍ରୀ ଜେନା କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ପଶ୍ଚିମବଙ୍ଗରେ ଆଳୁ ଶସ୍ତା ହୋଇଛି। ନୂଆ ଆଳୁ ବାହାରୁଥିବା ପଶ୍ଚିମବଙ୍ଗ ପରି ବାଲେଶ୍ୱରରେ ଶସ୍ତା ହେଉଛି। ହେଲେ ଓଡ଼ିଶା ଅନ୍ୟ ଜିଲ୍ଲାରେ କାହିଁକି ଶସ୍ତା ହେଉନି? ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story