କରୋନା ଭାଙ୍ଗି ଦେଲା ଦୀପ କାରିଗରଙ୍କ ମେରୁଦଣ୍ଡ

କେନ୍ଦୁଝର(ପ୍ରଣୟ କୁମାର ପାଣି): କରୋନା ପାଇଁ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣିରେ କଟକଣା ଜାରି କରିଛନ୍ତି ସରକାର । ଯାହା ଆଜି ବହୁଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଥିରୁ ବାଦ ପଡିନାହାନ୍ତି ମାଟି ଦୀପ କାରିଗର । ଧର୍ମାନୁଷ୍ଠାନ ବନ୍ଦ ଥିବାରୁ ହାତ ବାନ୍ଧି ବସିଥିଲେ ଏମାନେ । ଆଶା ଥିଲା ଦୀପାବଳୀରେ ଦୀପ ବିକି ବେଶ ଦୁଇ ପଇସା ରୋଜଗାର କରିବେ । ଧାର କରଜ କରି ବନାଇଥିଲେ ହଜାର ହଜାର […]

6nm

6nm

Tapas Behera
  • Published: Thursday, 12 November 2020
  • Updated: 12 November 2020, 04:20 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): କରୋନା ପାଇଁ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣିରେ କଟକଣା ଜାରି କରିଛନ୍ତି ସରକାର । ଯାହା ଆଜି ବହୁଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଥିରୁ ବାଦ ପଡିନାହାନ୍ତି ମାଟି ଦୀପ କାରିଗର । ଧର୍ମାନୁଷ୍ଠାନ ବନ୍ଦ ଥିବାରୁ ହାତ ବାନ୍ଧି ବସିଥିଲେ ଏମାନେ । ଆଶା ଥିଲା ଦୀପାବଳୀରେ ଦୀପ ବିକି ବେଶ ଦୁଇ ପଇସା ରୋଜଗାର କରିବେ । ଧାର କରଜ କରି ବନାଇଥିଲେ ହଜାର ହଜାର ଦୀପ ।

ହେଲେ କଟକଣା ଆଉ ବଜାରରେ ଦୀପ ବିକ୍ରି ବେଳେ ପୁଲିସର ଜୁଲମକୁ ନେଇ ଏମାନଙ୍କ ଆଶା ମଉଳି ଯାଇଥିବା ଅଭିଯୋଗ କରିଛନ୍ତି । ମୁଖ୍ୟତଃ ଦୀପ ତିଆରି କରିବା ଏମାନଙ୍କର କୌଳିକ ବୃତି ହୋଇଥିବାରୁ ଦୀପାବଳିରେ ଭଲ ବ୍ୟବସାୟ ହେବା ଆଶା ରଖି ଧାର କରଜ କରି ହଜାର ହଜାର ଦୀପ ତିଆରି କରିଥିଲେ । ହେଲେ ଆଜି ସବୁ ଆଶା ମଉଳି ଯାଇଛି । ବିକ୍ରି ବଟା ମାନ୍ଦା ଥିବାରୁ କିପରି ଋଣ ସୁଝିବେ ତାକୁ ନେଇ ଚିନ୍ତାରେ କାରିଗର ଅଛନ୍ତି। ଯଦି ତାଙ୍କୁ କିଛି ସରକାରୀ ସହାୟତା ମିଳନ୍ତା ତେବେ ସେମାନେ ଏହି ଦୁର୍ଦ୍ଦିନରୁ ବଞ୍ଚିଯାଇ ପାରନ୍ତେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos