ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଏହି ଅବସରରେ ଭୋର୍ ୩ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇ ପହିଲି ଭୋଗ ନୀତି ହୋଇଛି ।
ଲୋକକଥା ଅନୁଯାୟୀ, ପୌଷ ମାସରେ ମା’ ମହାଲକ୍ଷ୍ମୀ ତାଙ୍କ ବାପଘରକୁ ଯାଇଥାନ୍ତି। ତେଣୁ ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତାଙ୍କ ମା’ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାନ୍ତି। ଏହି ସମୟରେ କୁଆ କା ନ କହିବା ପୂର୍ବରୁ ବ୍ୟଞ୍ଜନ ଭୋଗ କରାଯାଇଥାଏ ।
ଏହି ପହିଲି ଭୋଗରେ କାକରା, ଆରିସା, ଜିଲାପି, ଗଇଁଠା ଆଦି ବିଭିନ୍ନ ପ୍ରକାରର ପିଠା ଭୋଗ କରାଯାଏ । ଧନୁ ସଂକ୍ରାନ୍ତିରେ ମୁଖ୍ୟତଃ ମୁଆଁ ଭୋଗ କରାଯାଇଥାଏ। ଏହାବ୍ୟତୀତ ବଲ୍ଲଭ ସହ ବିରି ଓ ଗହମରେ ଘୃତ ପାକ ହୋଇଥିବା ପିଠା ଆଦିକୁ ପଞ୍ଚ ଉପଚାରରେ ଭୋଗ କରାଯାଇଥାଏ। ପହିଲି ଭୋଗ ନୀତି ଆସନ୍ତା ମକର ସଂକ୍ରାନ୍ତିରେ ଶେଷ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୧୫ ସୁଦ୍ଧା ସରିବ ରାସନକାର୍ଡ ଇ-କେୱାଇସି ଯାଂଚ: ରାଜ୍ୟ ବାହାରକୁ ଯାଉଛନ୍ତି ସରକାରୀ କର୍ମଚାରୀ
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାସନକାର୍ଡ ଇ-କେୱାଇସି ଯାଂଚ ପ୍ରକ୍ରିୟା ୮୫ ପ୍ରତିଶତ ଶେଷ ହୋଇସାରିଲାଣି । ଏପର୍ଯ୍ୟନ୍ତ ଆଉ ପ୍ରାୟ ୫୦ଲକ୍ଷ ବ୍ୟକ୍ତିଙ୍କ ଇ-କେୱାଇସି ଯାଂଚ ବାକି ରହିଛି ।
Health
ଆୟୁଷ୍ମାନ ଭାରତରେ କାହାକୁ କେତେ ଟଙ୍କାର ବୀମା ମିଳିବ?
ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ
Miscellaneous
‘ଯମୁନା’ ରହୁଥିବା ଏନ୍କ୍ଲୋଜରରେ ଗାଧୋଇଲା ‘ଜିନ୍ନତ’
ଏନ୍କ୍ଲୋଜର ଭିତରକୁ ଗଲା ପରେ ‘ଜିନ୍ନତ’ ପ୍ରଥମେ ଦୌଡ଼ାଦୌଡ଼ି କରିଥିଲା। ତା’ପରେ ଏନ୍କ୍ଲୋଜର ଭିତରେ ଥିବା ପାଣି କୁଣ୍ଡରେ ଗାଧୋଇଥିଲା। ଦୀର୍ଘ ସମୟ ଧରି ସେ ପାଣି କୁଣ୍ଡରେ ପହଁରିଥିବା ଦେଖିବାକୁ ମିଳିଥିଲା।
Politics
ତଥାଗତଙ୍କ ଲେଖାକୁ ନେଇ ଚର୍ଚ୍ଚା; ନବୀନଙ୍କୁ ଘାଇଲା କଲେ
ସେ ଆହୁରି ଲେଖିଛନ୍ତି, ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନ୍ଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ।
Miscellaneous
ନୂଆ ବର୍ଷରେ ୩ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ଦୁଇ ଦିନ ତଳେ ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଥିଲା ପଦୋନ୍ନତି।