ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ହେଲା ପହଲି ଭୋଗ ନୀତି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଏହି ଅବସରରେ ଭୋର୍ ୩ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇ ପହିଲି ଭୋଗ ନୀତି ହୋଇଛି । ଲୋକକଥା ଅନୁଯାୟୀ, ପୌଷ ମାସରେ ମା’ ମହାଲକ୍ଷ୍ମୀ ତାଙ୍କ ବାପଘରକୁ ଯାଇଥାନ୍ତି। ତେଣୁ ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତାଙ୍କ ମା’ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାନ୍ତି। ଏହି ସମୟରେ କୁଆ କା ନ କହିବା ପୂର୍ବରୁ ବ୍ୟଞ୍ଜନ ଭୋଗ କରାଯାଇଥାଏ । ଏହି ପହିଲି ଭୋଗରେ କାକରା, […]

puri

Niharika Rout
  • Published: Monday, 16 December 2019
  • , Updated: 16 December 2019, 11:13 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଏହି ଅବସରରେ ଭୋର୍ ୩ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇ ପହିଲି ଭୋଗ ନୀତି ହୋଇଛି ।

ଲୋକକଥା ଅନୁଯାୟୀ, ପୌଷ ମାସରେ ମା’ ମହାଲକ୍ଷ୍ମୀ ତାଙ୍କ ବାପଘରକୁ ଯାଇଥାନ୍ତି। ତେଣୁ ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତାଙ୍କ ମା’ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାନ୍ତି। ଏହି ସମୟରେ କୁଆ କା ନ କହିବା ପୂର୍ବରୁ ବ୍ୟଞ୍ଜନ ଭୋଗ କରାଯାଇଥାଏ ।

ଏହି ପହିଲି ଭୋଗରେ କାକରା, ଆରିସା, ଜିଲାପି, ଗଇଁଠା ଆଦି ବିଭିନ୍ନ ପ୍ରକାରର ପିଠା ଭୋଗ କରାଯାଏ । ଧନୁ ସଂକ୍ରାନ୍ତିରେ ମୁଖ୍ୟତଃ ମୁଆଁ ଭୋଗ କରାଯାଇଥାଏ। ଏହାବ୍ୟତୀତ ବଲ୍ଲଭ ସହ ବିରି ଓ ଗହମରେ ଘୃତ ପାକ ହୋଇଥିବା ପିଠା ଆଦିକୁ ପଞ୍ଚ ଉପଚାରରେ ଭୋଗ କରାଯାଇଥାଏ। ପହିଲି ଭୋଗ ନୀତି ଆସନ୍ତା ମକର ସଂକ୍ରାନ୍ତିରେ ଶେଷ ହେବ ।

Related story