ଉପର ନଗଡ଼ାରେ ଜଳିଲା ବିଜୁଳି

ଯାଜପୁର(ଓଡ଼ିଶା ରିପୋର୍ଟର):ଲୋକୟୁକ୍ତଙ୍କ ଯାଜପୁର ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରୀ ପରେ ଆଜି ଉପର ନଗଡ଼ାରେ ବିଜୁଳି ଜଳିଛି। ନଗଡ଼ାରେ ବିଭିନ୍ନ କାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଜିଲ୍ଲାର ଛଅ ଜଣ ଅଧିକାରୀଙ୍କୁ ଲୋକୟୁକ୍ତ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବା ପରେ ଜିଲ୍ଲା ପ୍ରଶାସନରେ ଏକପ୍ରକାର ଛାନିଆ ପସିଯାଇଥିଲା। ତେବେ ଆଜି ଜିଲାପାଳ ଚାର୍ଜରେ ଥିବା ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତି, ପ୍ରୋଜେକ୍ଟ ଡ଼ାଇରେକ୍ଟର, ସୁକିନ୍ଦା ବିଡିଓ, ନେସ୍କୋ ନିର୍ବାହୀ […]

p-900-1

Tapas Behera
  • Published: Wednesday, 06 November 2019
  • , Updated: 06 November 2019, 05:11 PM IST

ଯାଜପୁର(ଓଡ଼ିଶା ରିପୋର୍ଟର):ଲୋକୟୁକ୍ତଙ୍କ ଯାଜପୁର ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରୀ ପରେ ଆଜି ଉପର ନଗଡ଼ାରେ ବିଜୁଳି ଜଳିଛି। ନଗଡ଼ାରେ ବିଭିନ୍ନ କାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଜିଲ୍ଲାର ଛଅ ଜଣ ଅଧିକାରୀଙ୍କୁ ଲୋକୟୁକ୍ତ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବା ପରେ ଜିଲ୍ଲା ପ୍ରଶାସନରେ ଏକପ୍ରକାର ଛାନିଆ ପସିଯାଇଥିଲା।

ତେବେ ଆଜି ଜିଲାପାଳ ଚାର୍ଜରେ ଥିବା ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତି, ପ୍ରୋଜେକ୍ଟ ଡ଼ାଇରେକ୍ଟର, ସୁକିନ୍ଦା ବିଡିଓ, ନେସ୍କୋ ନିର୍ବାହୀ ଯନ୍ତ୍ରୀ ଙ୍କ ଉପସ୍ଥିତିରେ ଏହି ବିଦ୍ୟୁତ ସଂଯୋଗ କରାଯାଇଛି।

ଆସନ୍ତା ୫ ଦିନ ମଧ୍ୟରେ ମଝି ନଗଡା ଏବଂ ତଳ ନଗଡାକୁ ବିଦ୍ୟୁତ୍‌ ସଂଯୋଗ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Related story