ନୂଆଦିଲ୍ଲୀ: ଓଡ଼ିଶାରେ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି ଏମ୍ଓୟୁ ସ୍ୱାକ୍ଷର ହୋଇଛି। ନାଲକୋ ଓ ଏନ୍ଟିପିସି ମଧ୍ୟରେ ଏହି ଚୁକ୍ତି ହୋଇଛି। ଏହି ଦୁଇ କମ୍ପାନୀ ମିଳିତ ଭାବେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ଏଥିରେ ରାଜ୍ୟ ସରକାର ସହଯୋଗ କରିବେ। ଢେଙ୍କାନାଳ ଜିଲ୍ଲା ଗଜମରାରେ ଏହା ପ୍ରତିଷ୍ଠା କରାଯିବ। ୨୪୦୦ ମେଗାୱାଟ୍ ବିଶିଷ୍ଟ ପାୱାର ପ୍ଲାଣ୍ଟ ପାଇଁ ଦିଲ୍ଲୀରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି।
ନାଲକୋ ସିଏମ୍ଡି ତପନ ଚାନ୍ଦ ଏବଂ ଏନ୍ଟିପିସି ସିଏମ୍ଡି ଗୁରୁଦୀପ ସିଂହ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଏବଂ ଧର୍ମେନ୍ଦ୍ର ପ୍ରଧାନ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଢେଙ୍କାନାଳ ସାଂସଦ ତଥାଗତ ସତପଥି ଉପସ୍ଥିତ ଥିଲେ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ନାଲକୋର .୪୬ ମିଲିୟନ ଟନ୍ କ୍ଷମତା ଅଛି। ଆଉ ୧ ମିଲିୟନ ଟନ୍ ଆଲୁମିନିୟମ ବନାଇବାକୁ ଯୋଜନା କରାଗଲା। ଏହାଦ୍ୱାରା କୋରାପୁଟ ଅଞ୍ଚଳରେ ବିଶୋଧାନ କ୍ଷମତା ବଢିବ। ନାଲକୋ ଓ ଏନ୍ଟିପିସିର ମିଳିତ ଉଦ୍ୟମରେ ୪୮,୦୦୦ ହଜାର କୋଟି ଟଙ୍କାର ନିବେଶ ହେବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।