ପୁନେରେ ଚମକିଲେ ଓଡ଼ିଆ ବୋହୂ ପ୍ରାଚୀ ପାଣିଗ୍ରାହୀ

ନୂଆପଡ଼ା(ମାୟାଧର ସରାଫ): ପୁନେରେ ଚମକିଲେ ନୂଆପଡ଼ାର ଝିଅ ତଥା ସମ୍ୱଲପୁରର ବୋହୂ ପ୍ରାଚୀ ପାଣିଗ୍ରାହୀ। ମିସେସ‌୍‍ ଇଣ୍ଡିଆ ପ୍ରତିଯୋଗିତାରେ ବନିଛନ୍ତି ଦ୍ୱିତୀୟ ରନର୍ସ ଅଫ୍‌। ପ୍ରାଚୀଙ୍କ ଏହି ସଫଳତା ପରେ ତାଙ୍କ ପାଖକୁ ଛୁଟିଛି ଅଭିନନ୍ଦନର ସୁଅ।

ପୁନେର ସେଲ୍‌ଫିନା ଇଣ୍ଡିଆ ପକ୍ଷରୁ ଚଳିତବର୍ଷ ପାଇଁ ଆୟୋଜିତ ହୋଇଥିଲା ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୧୮ ପ୍ରତିଯୋଗୀ ଅଡିସନ ଦେଇଥିଲେ। ଫାଇନାଲ୍‌କୁ ୩ ଜଣ ଯାଇଥିଲେ। ନୂଆପଡା କୋମନାର ପ୍ରାଚୀ ପାଣିଗ୍ରାହୀ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅଫର ମୁକୁଟ ଧାରଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ପ୍ରାଚୀ ମିସେସ୍‌ ଇଣ୍ଡିଆରେ ବିଜୟୀ ହେବା ପରେ କୋମନାରେ ଖୁଶିର ଲହର ଖେଳି ଯାଇଛି। ପ୍ରାଚୀ ସମ୍ୱଲପୁରରେ ବାହା ହୋଇଥିବା ବେଳେ ଏବେ ସେ ପୁନେର ଆଇନ୍‌ ମହାବିଦ୍ୟାଳୟରେ ଏଲ୍‌ଏଲ୍‌ଏମ୍‌ ପଢୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।