ତାରିଖ କହିଲେନି, କହିଲେ ଖୁବ୍‌ ଶିଘ୍ର ଗଢା ହେବ ପରିଚାଳନା କମିଟି

<p>ପୁରୀ(ଓଡିଶା ରିପୋର୍ଟର)ଶ୍ରୀମନ୍ଦିରରେ ଗଢା ହୋଇପାରୁନି ନୂଆ ପରିଚାଳନା କମିଟି। ଯାହାକ ନେଇ ଖୋଦ୍&zwnj; ଗଜପତି ମହାରାଜ କ୍ଷୋଭ ପ୍ରକାଶ କରିଥିବା ବେଳେ ଆଜି ବିବୃତି ରଖିଛନ୍ତି ମୁଖ୍ୟ ପ୍ରଶାସନ ପ୍ରଦୀପ ଜେନା। ସେ କହିଛନ୍ତି ଯେ, ଖୁବ୍&zwnj; ଶିଘ୍ର ପରିଚାଳନା କମିଟି ଗଠିତ ହୋଇ ମହାପ୍ରଭୁଙ୍କ କାର୍ଯ୍ୟ ଶୃଙ୍ଖଳିତ ହେବ।</p> <p>ସୂଚନାଯୋଗ୍ୟ, ସାଢ଼େ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ମାମଲାରେ ବି ରାଜ୍ୟ ସରକାରଙ୍କ ଉଦାସୀନତା &nbsp;ଦାଣ୍ଡରେ ପଡି ହାଟରେ ଗଡିଗଲାଣି। ପରିଚାଳନା କମିଟି କାର୍ଯ୍ୟକାଳ ଶେଷ ହେବାର ୭ ମାସ ବିତିଲାଣି। ହେଲେ ରାଜ୍ୟ ସରକାରଙ୍କ ଆଇନ୍&zwnj; ବିଭାଗ ପାଖରେ ଠାକୁରଙ୍କ ପାଇଁ ସମୟ ନ ଥିବାରୁ ଗଢାଯାଇପାରିନାହିଁ ନୂଆ କମିଟି। ଯାହାକୁ ନେଇ ଉଦ୍&zwnj;ବେଗ ପ୍ରକାଶ କରିଛନ୍ତି ଖୋଦ୍&zwnj; ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଇନ ବିଭାଗ ପାଖରେ ନୂଆ ପରିଚାଳନା କମିଟି ଗଠନ ନେଇ ପ୍ରସ୍ତାବ ପଡ଼ି ରହିଥିଲେ ବି ଏ ଯାଏଁ ନୂଆ କମିଟି ଗଠନ ନେଇ ନାଁ ଧରୁନାହାନ୍ତି ସରକାର । ଫଳରେ ନା ଆଗତ ହୋଇପାରୁଛି ଶ୍ରୀମନ୍ଦିର ବଜେଟ୍ ନା କାର୍ଯ୍ୟକାରୀ ହୋଇପାରୁଛି ସେବାୟଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ଯୋଜନା। ଗଜପତି ମହାରାଜ କହିଛନ୍ତି, ନୂଆ ପରିଚାଳନା କମିଟି ଗଠନ ଦିଗରେ ପଦକ୍ଷେପ ଲାଗି ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛି ହେଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।</p>

Ordigital Desk
  • Published: Sunday, 04 March 2018
  • Updated: 04 March 2018, 10:04 PM IST

Sports

Latest News

<p>ପୁରୀ(ଓଡିଶା ରିପୋର୍ଟର)ଶ୍ରୀମନ୍ଦିରରେ ଗଢା ହୋଇପାରୁନି ନୂଆ ପରିଚାଳନା କମିଟି। ଯାହାକ ନେଇ ଖୋଦ୍&zwnj; ଗଜପତି ମହାରାଜ କ୍ଷୋଭ ପ୍ରକାଶ କରିଥିବା ବେଳେ ଆଜି ବିବୃତି ରଖିଛନ୍ତି ମୁଖ୍ୟ ପ୍ରଶାସନ ପ୍ରଦୀପ ଜେନା। ସେ କହିଛନ୍ତି ଯେ, ଖୁବ୍&zwnj; ଶିଘ୍ର ପରିଚାଳନା କମିଟି ଗଠିତ ହୋଇ ମହାପ୍ରଭୁଙ୍କ କାର୍ଯ୍ୟ ଶୃଙ୍ଖଳିତ ହେବ।</p><p>ସୂଚନାଯୋଗ୍ୟ, ସାଢ଼େ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ମାମଲାରେ ବି ରାଜ୍ୟ ସରକାରଙ୍କ ଉଦାସୀନତା &nbsp;ଦାଣ୍ଡରେ ପଡି ହାଟରେ ଗଡିଗଲାଣି। ପରିଚାଳନା କମିଟି କାର୍ଯ୍ୟକାଳ ଶେଷ ହେବାର ୭ ମାସ ବିତିଲାଣି। ହେଲେ ରାଜ୍ୟ ସରକାରଙ୍କ ଆଇନ୍&zwnj; ବିଭାଗ ପାଖରେ ଠାକୁରଙ୍କ ପାଇଁ ସମୟ ନ ଥିବାରୁ ଗଢାଯାଇପାରିନାହିଁ ନୂଆ କମିଟି। ଯାହାକୁ ନେଇ ଉଦ୍&zwnj;ବେଗ ପ୍ରକାଶ କରିଛନ୍ତି ଖୋଦ୍&zwnj; ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଇନ ବିଭାଗ ପାଖରେ ନୂଆ ପରିଚାଳନା କମିଟି ଗଠନ ନେଇ ପ୍ରସ୍ତାବ ପଡ଼ି ରହିଥିଲେ ବି ଏ ଯାଏଁ ନୂଆ କମିଟି ଗଠନ ନେଇ ନାଁ ଧରୁନାହାନ୍ତି ସରକାର । ଫଳରେ ନା ଆଗତ ହୋଇପାରୁଛି ଶ୍ରୀମନ୍ଦିର ବଜେଟ୍ ନା କାର୍ଯ୍ୟକାରୀ ହୋଇପାରୁଛି ସେବାୟଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ଯୋଜନା। ଗଜପତି ମହାରାଜ କହିଛନ୍ତି, ନୂଆ ପରିଚାଳନା କମିଟି ଗଠନ ଦିଗରେ ପଦକ୍ଷେପ ଲାଗି ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛି ହେଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos