ମୁଁ ହତାଶ ପ୍ରେମିକ ନୁହେଁ, କହିଲେ ମହାରଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ ହତାଶ ପ୍ରେମିକ ନୁହେଁ। ବିଧାୟକ ହେବା ପାଇଁ ଲୋକେ ମୋତେ ଭୋଟ୍‌ ଦେଇଛନ୍ତି। ମନ୍ତ୍ରୀ କରିବା ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର। ତଥାପି ମୁଁ ଭାବୁଛି ନିର୍ବାଚନମଣ୍ଡଳୀର କାମ କରିବି।” ମନ୍ତ୍ରୀ ପଦ ମିଳି ନଥିବା ବେଳେ ଆଜି ଏ କଥା କହିଛନ୍ତି ଯାତ୍ରା ମହାରଥୀ ଭାବେ ପରିଚିତ ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବିଧାୟକଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଆଜି ସେ ବିଧାନସଭାକୁ ଆସିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି […]

maharathi

maharathi

Jitendra Garnayak
  • Published: Friday, 31 May 2019
  • Updated: 31 May 2019, 06:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ ହତାଶ ପ୍ରେମିକ ନୁହେଁ। ବିଧାୟକ ହେବା ପାଇଁ ଲୋକେ ମୋତେ ଭୋଟ୍‌ ଦେଇଛନ୍ତି। ମନ୍ତ୍ରୀ କରିବା ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର। ତଥାପି ମୁଁ ଭାବୁଛି ନିର୍ବାଚନମଣ୍ଡଳୀର କାମ କରିବି।” ମନ୍ତ୍ରୀ ପଦ ମିଳି ନଥିବା ବେଳେ ଆଜି ଏ କଥା କହିଛନ୍ତି ଯାତ୍ରା ମହାରଥୀ ଭାବେ ପରିଚିତ ପିପିଲି ବିଧାୟକ ପ୍ରଦୀପ ମହାରଥୀ।

ବିଧାୟକଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଆଜି ସେ ବିଧାନସଭାକୁ ଆସିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ଯାଇ ପ୍ରଶ୍ନ ପରେ ପଶ୍ନ ପଚାରିଥିଲେ। ଯେତେବେଳେ ତାଙ୍କୁ ମନ୍ତ୍ରୀ ପଦ ନ ମିଳିବା କଥା ପଚରାଯାଇଥିଲା, ସେ କହିଥିଲେ,“ମୁଁ ହତାଶ ପ୍ରେମିକ ନୁହେଁ।”

p1ତା’ପରେ ସାମ୍ବାଦିକମାନେ କହିଥିଲେ, ହତାଶ ପ୍ରେମିକ ବି ତା’ ପ୍ରେମିକାକୁ ପାଇବାକୁ ଚେଷ୍ଟା କରେ। ଆଉ ଆପଣ ସାତ ସାତ ଥର ବିଧାୟକ ହୋଇ ମଧ୍ୟ ମନ୍ତ୍ରୀପଦ କାହିଁକି ନପାଇବେ। ଏହାର ଉତ୍ତରରେ ମହାରଥୀ କହିଥିଲେ,“ନୋ କମେଣ୍ଟ।” ଏହା ପରେ ସେ ସେଠାରୁ ଚାଲି ଯାଇଥିଲେ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିରେ ପ୍ରଦୀପ ମହାରଥୀ ମନ୍ତ୍ରୀ ହୋଇଥିଲେ। ପରେ ସେ ବିବାଦରେ ଛନ୍ଦି ହୋଇ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ। ତା’ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଉ ଥରେ ସୁଯୋଗ ଦେଇଥିଲେ। ପଞ୍ଚମ ପାଳିରେ ସେ ମନ୍ତ୍ରୀ ହେବେ ବୋଲି ଆଲୋଚନା ହେଉଥିଲା। ମାତ୍ର ତାଙ୍କୁ ସେ ସୁଯୋଗ ମିଳିନାହିଁ।
https://youtu.be/9g20oIkRnm4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos