'ସାଂସଦଙ୍କୁ ବ୍ୟବହାର କରାଯାଉଛି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓକୁ ନେଇ ମୁହଁ ଖୋଲିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ସେ କହିଛନ୍ତି, ଚନ୍ଦ୍ରାଣୀ ମୁର୍ମୁଙ୍କୁ ବ୍ୟବହାର କରାଯାଉଛି। ବିଭିନ୍ନ ସମୟରେ ତାଙ୍କ ସରଳତାର ସୁଯୋଗ ନେଇ ବ୍ୟବହାର କରାଯାଉଛି ବୋଲି କହିଛନ୍ତ ପ୍ରଦୀପ ମାଝୀ। ତା’ଛଡ଼ା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓକୁ ନେଇ ପୁଲିସର ତତ୍ପରତା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଦୀପ ମାଝୀ ଏହା କହିଛନ୍ତି। ପ୍ରଦୀପ ମାଝୀ କହିଛନ୍ତି, […]

pradeep

pradeep

Ranjit Kumar Jena
  • Published: Monday, 19 October 2020
  • Updated: 19 October 2020, 04:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓକୁ ନେଇ ମୁହଁ ଖୋଲିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ସେ କହିଛନ୍ତି, ଚନ୍ଦ୍ରାଣୀ ମୁର୍ମୁଙ୍କୁ ବ୍ୟବହାର କରାଯାଉଛି। ବିଭିନ୍ନ ସମୟରେ ତାଙ୍କ ସରଳତାର ସୁଯୋଗ ନେଇ ବ୍ୟବହାର କରାଯାଉଛି ବୋଲି କହିଛନ୍ତ ପ୍ରଦୀପ ମାଝୀ।

ତା'ଛଡ଼ା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓକୁ ନେଇ ପୁଲିସର ତତ୍ପରତା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଦୀପ ମାଝୀ ଏହା କହିଛନ୍ତି। ପ୍ରଦୀପ ମାଝୀ କହିଛନ୍ତି, ଏହା ଉପରେ ଆଦିବାସୀ ସମାଜ କଠୋର ଆଭିମୁଖ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ଆଦିବାସୀ ସମାଜ ନିଷ୍ପତ୍ତି ନେଇଥିବା ପ୍ରଦୀପ କହିଛନ୍ତି।

ମାଲକାନଗିରିର ଚନ୍ଦ୍ରମା ଭୂମିଆ ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାକୁ ଘେରାଉ କରାଯିବ। ତେବେ ଗଣମାଧ୍ୟମ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ପ୍ରଦୀପ ସିଧାସଳଖ ନାପସନ୍ଦ କରିଛନ୍ତି। ଆଇନ ପରିସରରେ ରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଫେକ୍ ଭିଡିଓ କିଏ କରିଥିଲା, ତାକୁ ଧରାଯିବା ଉଚିତ୍ ଏବଂ ଏହାର ମୂଳ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ଏଯାଏଁ ପହଞ୍ଚିନଥିବା ପ୍ରଦୀପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos