ଧୈର୍ଯ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି: ପ୍ରଦୀପ ମାଝୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀମାନଙ୍କ ଇଜ୍ଜତ ଲୁଟ୍ ହେଉଛି। ତେଣୁ ଧୈର୍ଯ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି । ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି।” ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ବେଳେ  ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ନେତା ପ୍ରଦୀପ ମାଝୀ ଏଆଇସିସିର ପ୍ରଶ୍ନର ଏପରି ଉତ୍ତର ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା  ଦିଆଯାଇଥିଲା। ହିଂସାକୁ ଉସୁକାଇବାକୁ ନେଇ ନବରଙ୍ଗପୁର ଟାଉନ ଥାନାରେ ନିଜ […]

congress

Jyoshna Pradhan
  • Published: Saturday, 28 December 2019
  • , Updated: 28 December 2019, 02:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀମାନଙ୍କ ଇଜ୍ଜତ ଲୁଟ୍ ହେଉଛି। ତେଣୁ ଧୈର୍ଯ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି । ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି।” ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ବେଳେ  ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ନେତା ପ୍ରଦୀପ ମାଝୀ ଏଆଇସିସିର ପ୍ରଶ୍ନର ଏପରି ଉତ୍ତର ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା  ଦିଆଯାଇଥିଲା। ହିଂସାକୁ ଉସୁକାଇବାକୁ ନେଇ ନବରଙ୍ଗପୁର ଟାଉନ ଥାନାରେ ନିଜ ତରଫରୁ ନବରଙ୍ଗପୁର ପୁଲିସ୍‌ ଏତଲା ଦେଇଥିଲା। ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା। ପ୍ରଦୀପଙ୍କ ବିରୋଧରେ ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ୧୨୦ (ଖ) ଏବଂ ୩ PDPP ଦଫାରେ ମାମଲା ରୁଜୁ ହୋଇଥିଲା।

ଗତ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ “ଡିଜେଲ୍,ପେଟ୍ରୋଲ ପ୍ରସ୍ତୁତ ରଖିଥାଅ, ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦେବ, ପରେ ଯାହାହେବ ଦେଖାଯିବ” ବୋଲି ନିଜ କର୍ମୀଙ୍କୁ ମୋବାଇଲରେ ଖୋଲାଖୋଲି ଭାବେ ଉସକାଉଥିଲେ ପ୍ରଦୀପ। ଯାହାର ଭିଡିଓ  ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏହାପରେ ନିଜ ଭାବମୂର୍ତ୍ତି ଠିକ୍‌ ରଖିବାକୁ ଏଆଇସିସି ପ୍ରଦୀପ ମାଝୀଙ୍କୁ ପ୍ରଶ୍ନ କରିଥିଲା।

ପ୍ରଦୀପ ମାଝୀଙ୍କ ଏକ୍ସପ୍ଲାନେସନ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଦୀପଙ୍କ  ଉତ୍ତର PCCର ହସ୍ତଗତ ହୋଇଛି । ଭାବବିହ୍ୱଳ ହୋଇ ସେ ଏଭଳି କହିଥିବା ବେଳେ ଆଗକୁ କଂଗ୍ରେସର ନୀତି ଆଦର୍ଶ ମାନିବେ ବୋଲି ଲେଖିଛନ୍ତି। ପ୍ରଦୀପଙ୍କ ଉତ୍ତର AICCକୁ ପଠାଯିବ, AICC କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ଏଥିସହ ପୂର୍ବ କଥା ମନେ ପକାଇ ନିରଞ୍ଜନ କହିଛନ୍ତି, ବିଜୁ ବାବୁ ବି ଦିନେ ଅଫିସରଙ୍କୁ ମାଡ଼ ମାର ବୋଲି କହିଥିଲେ। ତାଙ୍କ ନାଁରେ କେତେଟା ମାମଲା କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାର ଅର୍ଥ ମୁଁ ପ୍ରଦୀପଙ୍କୁ ସମର୍ଥନ କରୁନି ବୋଲି କହିଲେ ପିସିସି ସଭାପତି।

Related story