ବିଦା ହେବା ପରେ ଗୁମର ଖୋଲିଲେ, ନବୀନଙ୍କର ୩ଟି ଭଲ ଗୁଣ କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ ବିରୋଧୀ କାମ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ବହିଷ୍କୃତ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ, ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକଶ ପାଠକଙ୍କ ସହ ପ୍ରଦୀପଙ୍କ ସମ୍ପୃକ୍ତି ରହିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବିଦା କରିଛନ୍ତି । ତେବେ […]

87bn

87bn

Tapas Behera
  • Published: Sunday, 29 November 2020
  • Updated: 29 November 2020, 03:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ ବିରୋଧୀ କାମ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ବହିଷ୍କୃତ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ, ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକଶ ପାଠକଙ୍କ ସହ ପ୍ରଦୀପଙ୍କ ସମ୍ପୃକ୍ତି ରହିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବିଦା କରିଛନ୍ତି ।

ତେବେ ବିଦା ହେବା ପରେ ପ୍ରଦୀପ ତାଙ୍କର ପ୍ରତିକ୍ରିୟା ରଖି ଦଳର ଗୁମର ଖୋଲିଛନ୍ତି। ସେ କହିଚନ୍ତି ଯେ, ଦଳର ଉଚ୍ଚସ୍ତରରେ ଅସନ୍ତୋଷ ରହିଛି। ଦଳରେ ଉଚ୍ଚସ୍ତରରେ ଥିବା ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଅନେକ ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରିବା ଅସନ୍ତୋଷର ମୁଖ୍ୟ କାରଣ ରହିଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କଥା ନ ପହଞ୍ଚିବା ମଧ୍ୟ ଅସନ୍ତୋଷର କାରଣ ରହିଛି। ପ୍ରଦୀପ କହିଛନ୍ତି ଯେ, କେହି ଓଡ଼ିଆ ଚୁପ୍ ହେବାକୁ ପସନ୍ଦ କରନ୍ତି ନାହିଁ। କେବଳ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା, ଶ୍ରଦ୍ଧା ଯୋଗୁଁ ସମସ୍ତେ ଚୁପ୍ ଅଛନ୍ତି। ସେହିପରି ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କର ୩ଟିଭଲ ଗୁଣ କହିଚନ୍ତି। ତାହା ହେଲା ଡିସିପ୍ଲିନ୍, ଷ୍ଟାବିଲିଟି ଏବଂ ଗ୍ରୋଥ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos