ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଳୁ କଲେଣି ଲକ୍ଷାଧିକ ଟଙ୍କା

Ordigital Desk
  • Published: Monday, 23 April 2018
  • , Updated: 23 April 2018, 10:08 AM IST
<p>ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୧୪ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଧରଣର ହେରଫେର୍ ଘଟଣା ନଜରକୁ ଆସିଛି। ପ୍ରାୟ ୬୦ରୁ ଅଧିକ ହିତାଧିକାରୀଙ୍କ ନାଁରେ ଜାଲ୍ ତଥ୍ୟ ଦାଖଲ କରି ଲକ୍ଷଲକ୍ଷ ଟଙ୍କା ଚଳୁ ହୋଇଛି। ଘଟଣା ସାମ୍ନାକୁ ଆସିଛି ଖୋଦ୍ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ୱେବସାଇଟରୁ। ଦୋସିଙ୍ଗାର ସପନ ଦାସ, କାଣ୍ଡଗରଡ଼ିର ନିରଞ୍ଜନ ଥାଟୋଇ, ଓରାସାହିର ରବୀନ୍ଦ୍ର ସେଠୀ, ମିନତୀ ରାଉତ ଓ ନୀଳମଣି ପରିଡ଼ା ସମସ୍ତେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ପକ୍କା ଘର ପାଇଛନ୍ତି।&nbsp; କିଏ ୪ଟି କିସ୍ତିରେ ୧ଲକ୍ଷ ୨୦ ହଜାର ଟଙ୍କା ପାଇଛି ତ, ଆଉ କାହାକୁ ୩ଟି କିସ୍ତିରେ ୯୦ ହଜାର ଟଙ୍କା ଆଉ କାହାର&nbsp; ପୁରୁଣା ଚାଳଘର ସହିତ ନୂଆ ପକ୍କାଘର ଫଟୋ ବି ଲାଗିଛି।&nbsp; ହେଲେ ବିଡ଼ମ୍ବନା କାହା ପକ୍କା ଘର ଅଧପନ୍ତରିଆ ତ ,ଆଉ କିଏ ପକ୍କା ଘର କରିବା ପାଇଁ ପୁରୁଣା ଘର ଭାଙ୍ଗି ଏବେ ହୀନସ୍ତା ହେଉଛନ୍ତି। ଜାଲ୍ ଫଟୋ ଓ କାଗଜପତ୍ର ଦେଇ ଆଉ କିଏ ଏଇ ଗରିବ ଲୋକଙ୍କ ଟଙ୍କା ଖାଇଯାଇଥିବା ଅଭିଯୋଗ ହୋଇଛି।</p> <p>&lt;a href=&quot;&quot;&gt;(image) &lt;/a&gt;କେବଳ ଏଇ ଦୁଇ ଚାରିଜଣ ନୁହନ୍ତି,୨୧୦୬-୧୭ ଓ ୧୭-୧୮ ବର୍ଷରେ ଚାନ୍ଦବାଲି ବ୍ଲକରେ ୧୪ଟି ପଞ୍ଚାୟତରେ ୬୦ରୁ ଅଧିକ ହିତାଧିକାରୀଙ୍କ ନାଁରେ ଏହିଭଳି ଦୁର୍ନୀତି ହୋଇଛି।&nbsp; PMAYGରେ ଘର ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ୮୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହୋଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି,&ldquo;ଗ୍ରାମ ରୋଜଗାର ସେବକ ଏହି ବିଲ୍ କରିଥିବା ବେଳେ ଏନେଇ ବିଡିଓ ପଦକ୍ଷେପ ନେବେ।&rdquo; ଅନ୍ୟପକ୍ଷରେ ବିଡିଓ କହିଛନ୍ତି,&ldquo; ୨୦୧୬-୧୭ରେ ଏହିଭଳି କିଛି ତ୍ରୁଟିର ସମାଧାନ କରାଯାଇଛି। ଅଭିଯୋଗ ଆସିଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।</p> <p>&amp;nbsp;</p> <p>&amp;nbsp;</p>

Related story