‘ଆମେ କ’ଣ ଚୁଡ଼ି ପିନ୍ଧିଛୁ, ଚୁପ୍‌ ବସିବୁ’

ନବରଙ୍ଗପୁର(ନବଘନ ବିଶୋୟୀ): ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ  ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରିନି ପୁଲିସ୍‌। ଦୀର୍ଘ ୧୩ ଦିନ ହେଲାଣି ବ୍ୟବଚ୍ଛେଦ ରିପୋର୍ଟ ଆସି ନ ଥିବା ବେଳେ ଅଭିଯୁକ୍ତ ଖୋଲାଖୋଲି ଭାବେ ବାହାରେ ବୁଲୁଛନ୍ତି। ହେଲେ ପୁଲିସ୍‌ ତାଙ୍କୁ ଧରିବାକୁ ତତ୍ପରତା ଦେଖାଉ ନାହିଁ। ଆଜି ଏହା ପ୍ରତିବାଦରେ କଂଗ୍ରେସ ରାସ୍ତାକୁ ଓହ୍ଲାଇ ୧୨ ଘଣ୍ଟିଆ […]

majhi-1-1

majhi-1-1

Niharika Rout
  • Published: Thursday, 26 December 2019
  • Updated: 26 December 2019, 02:05 PM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ): ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ  ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରିନି ପୁଲିସ୍‌। ଦୀର୍ଘ ୧୩ ଦିନ ହେଲାଣି ବ୍ୟବଚ୍ଛେଦ ରିପୋର୍ଟ ଆସି ନ ଥିବା ବେଳେ ଅଭିଯୁକ୍ତ ଖୋଲାଖୋଲି ଭାବେ ବାହାରେ ବୁଲୁଛନ୍ତି। ହେଲେ ପୁଲିସ୍‌ ତାଙ୍କୁ ଧରିବାକୁ ତତ୍ପରତା ଦେଖାଉ ନାହିଁ। ଆଜି ଏହା ପ୍ରତିବାଦରେ କଂଗ୍ରେସ ରାସ୍ତାକୁ ଓହ୍ଲାଇ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା ଦେଇଛି।

ଏହି ବନ୍ଦ ପାଳନ ବେଳେ ନିଜର କର୍ମୀଙ୍କୁ ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖିବାକୁ ଫୋନରେ କହୁଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।   ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦେବ, ପରେ ଯାହାହେବ ଦେଖାଯିବ ବୋଲି କହୁଥିବା ଭିଡିଓକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି।

ଏ ସମ୍ପର୍କରେ ପଚରାଯିବାରୁ ନିଜ ମନ୍ତବ୍ୟକୁ ନେଇ  ଆଦୌ ଅନୁତପ୍ତ ନୁହନ୍ତି ବୋଲି କହିଲେ କଂଗ୍ରେସର ଏହି ଟାଣୁଣା ନେତା।  ଏଥିସହ ସେ ଆହୁରି କହିଲେ, ବିଜେଡି ସରକାରରେ ମା, ଭଉଣୀଙ୍କ ଇଜ୍ଜତ୍ ଲୁଟ୍ ହେଉଛି। ଆମେ କଣ ଚୁପ୍ ବସିବୁ, ଆମେ କଣ ଚୁଡ଼ି ପିନ୍ଧିଛୁ। ୧୦ ବର୍ଷରେ ୩୦ ହଜାର ବଳାତ୍କାର ଓ ହତ୍ୟା ଘଟଣା ଘଟିଛି। ଆମ ମା’, ଭଉଣୀ ଶସ୍ତା ନୁହଁନ୍ତି, ଆମେ ଚୁପ୍ ବସିବୁ ନାହିଁ।  ଆମକୁ ସରକାର ବାଧ୍ୟ କରୁଛି ଆଇନକୁ ହାତକୁ ନେବା ପାଇଁ।

ଗାନ୍ଧି ନୀତିରେ ଆଉ ନ୍ୟାୟ ମିଳିପାରୁନାହିଁ, ସୁଭାଷ ନୀତି ଆପଣାଇଲୁ । ନ୍ୟାୟ ପାଇଁ ହିଂସାକୁ ଆପଣାଇବାକୁ ବାଧ୍ୟ ହେଉଛୁ। ମହାତ୍ମା ଗାନ୍ଧିଙ୍କ ପଥରେ ଚାଲି ଆଜି ଆମେ ହତାଶ ହୋଇଛୁ। ନ୍ୟାୟ ନ ମିଳିଲେ ଆମେ ନ୍ୟାୟ ଛଡ଼ାଇ ନେବୁ ବୋଲି କହିଲେ ପ୍ରଦୀପ। ଏଥିସହ ଶାନ୍ତିରେ ନ୍ୟାୟ ନମିଳିଲେ ଅଶାନ୍ତ ହେବ,  ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି।

ପ୍ରଦୀପ ମାଝୀଙ୍କ ମନ୍ତବ୍ୟ ନେଇ ସାଂସଦ ରମେଶ ମାଝୀ  ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଜଣେ ଦାୟିତ୍ୱସଂପନ୍ନ ରାଜନେତା ହିଂସା କରିବା ଅଶୋଭନୀୟ । କର୍ମୀଙ୍କୁ ହିଂସା ପାଇଁ ଉସୁକାଇବା ଶୋଭନୀୟ ନୁହେଁ ବୋଲି କହିଛନ୍ତି ରମେଶ। ଏଥିସହ ସେ ଯେଭଳି କହୁଛନ୍ତି ତାହା ଆତଙ୍କବାଦୀର କାମ ଭଳି ଲାଗୁଛି। ଗତ ନିର୍ବାଚନରେ ପରାଜୟର ରାଗକୁ ନେଇ ସେ ଏମିତି କରୁଛନ୍ତି ବୋଲି କହିଛନ୍ତତ ରମେଶ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos