ସରକାରଙ୍କ ଉପରେ ବର୍ଷିଲେ ତାରା, ପ୍ରଦୀପ୍ତ: ମହାପ୍ରଭୁ ସବୁ ବିଚାର କରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟା ଦେବତା ମହାପ୍ରଭୁଙ୍କ ଘୋଷଯାତ୍ରା ଚଳିତବର୍ଷ ହେବନି। ଆଜି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଯାହା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବହୀନିପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଉ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଉପରେ ମହାପ୍ରଭୁ ଜଗନ୍ନାଥ ଅଛନ୍ତି, ସିଏ ସବୁ ବିଚାର କରିବେ। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଭୂମିକାକୁ […]

tara-and-pradeep

Manoranjan Sial
  • Published: Thursday, 18 June 2020
  • , Updated: 18 June 2020, 05:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟା ଦେବତା ମହାପ୍ରଭୁଙ୍କ ଘୋଷଯାତ୍ରା ଚଳିତବର୍ଷ ହେବନି। ଆଜି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଯାହା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବହୀନିପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଉ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଉପରେ ମହାପ୍ରଭୁ ଜଗନ୍ନାଥ ଅଛନ୍ତି, ସିଏ ସବୁ ବିଚାର କରିବେ।

ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି-“ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା। ଏନେଇ ମୁକ୍ତିମଣ୍ଡପ ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଥା ହୋଇ ନିଷ୍ପତ୍ତି ନେଇପାରିଥାନ୍ତେ। ସାମାଜିକ ଦୂରତ୍ୱ ରଖି ରଥ ଟଣା ଯାଇପାରିଥାନ୍ତା। ନିୟମ ମାନି କେହି ଯାଇନଥାନ୍ତେ, ଗଜପତି ମହାରାଜା ଦିବ୍ୟସିଂହଦେବ ମଧ୍ୟ ସ୍ନାନଯାତ୍ରାକୁ ଯାଇନଥିଲେ। ସୁପ୍ରିମକୋର୍ଟ ଯାଇ ଆଳ ଦେଖାଇ ମନା କରିବାର ଅର୍ଥ ଅନ୍ୟ ମାଧ୍ୟମରେ ଅଠା ବୋଳିବା ଭଳି ହୋଇଛି। ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ। ଜଗନ୍ନାଥ ସବୁ ଦେଖୁଛନ୍ତି। କିଏ ରଥଯାତ୍ରା ବନ୍ଦ କରିବାର ମୁଖ୍ୟ ପୁରୋଧା ଜଗନ୍ନାଥ ବିଚାର କରିବେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାର ଭୟ କରୁଥିଲେ। ସେଥିପାଇଁ ରଥଯାତ୍ରା କରିବାକୁ ଚାହୁଁନଥିଲେ। ରଥଯାତ୍ରା ଆୟୋଜନ କରିବାକୁ ଦେଇନଥିଲେ ଜଗନ୍ନାଥ ପ୍ରେମୀ ରାଜ୍ୟ ସରକାରଙ୍କୁ କେବେ କ୍ଷମା ଦେଇନଥାଆନ୍ତେ। ତେଣୁ ବଡ଼ ବଡ଼ ଓକିଲ ଦେଇ ସୁପ୍ରିମକୋର୍ଟରୁ ରାୟ ଆଣିଲେ। ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ମାନିବୁ। ତେବେ ଏଠି ପ୍ରଶ୍ନ ଉଠୁଛି, ସୁପ୍ରିମକୋର୍ଟରେ କିଏ ଏତେ ଦାମୀ ଓକିଲ ନିଯୁକ୍ତି କରିଥିଲେ? ତାହାର ତଦନ୍ତ କରିବାର ଆବଶ୍ୟକତା ରହିଛି। ତାହା ତଦନ୍ତ କିଏ କରିବ? ସୁପ୍ରିମକୋର୍ଟଙ୍କ ଉପରେ କେହି ନାହାନ୍ତିଁ। ତାହାର ତଦନ୍ତ କେବଳ ମହାପ୍ରଭୁ ଜଗନ୍ନାଥ କରିବେ। ସେଥିପାଇଁ ଆମେ ସବୁକିଛି ଜଗନ୍ନାଥଙ୍କ ଉପରେ ଛାଡ଼ି ଦେଇଛୁ। ହେ ମହାପ୍ରଭୁ ଆପଣ ନିଜେ ନିଜର ବିଚାର କରନ୍ତୁ। ଯିଏ ପାପି ତାକୁ ଦଣ୍ଡ ଦିଅ।”

Related story