ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ପ୍ରଜାମେଳି, ସାମିଲ ହେଲେ ୫୦୦୦ ଆଦିବାସୀ

ମାଲକାନଗିରି:ମାଲକାନଗିରି ପୋଲିସ ପ୍ରଶାସନକୁ ବିରୋଧ କରି ବିଚ୍ଛିନ୍ନାଞ୍ଚଳରେ ସୋମବାର ପ୍ରଜାମେଳି କରାଯାଇଥିବା ସୂଚନା ମିଳିଛି। ମାଓବାଦୀ ସମ୍ପାଦକ ବେଣୁଙ୍କ ନେତୃତ୍ୱରେ ପଣସପୁଟ୍, ଅଣ୍ଡ୍ରାପଲ୍ଲୀ ଓ ଯୋରାଆମ୍ବ ଅଞ୍ଚଳର ୫୦୦୦ରୁ ଅଧିକ ଆଦିବାସୀ ଏହି ମେଳି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପୋଲିସ ଏସ.ପିଙ୍କ ନେତୃତ୍ୱରେ ସାଧାରଣ ଆଦିବାସୀଙ୍କୁ ଅତ୍ୟାଚାର କରାଯାଉଛି। ଆଦିବାସୀ ଗାଁ ଗୁଡିକରେ ବିଏସଏଫ କ୍ୟାମ୍ପ କରି ଲୋକଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଛି। ସରକାରଙ୍କ ପକ୍ଷରୁ ଏହାକୁ ଆଗାମୀ ଦିନରେ ବନ୍ଦ କରା […]

prajameli

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 05:25 PM IST

ମାଲକାନଗିରି:ମାଲକାନଗିରି ପୋଲିସ ପ୍ରଶାସନକୁ ବିରୋଧ କରି ବିଚ୍ଛିନ୍ନାଞ୍ଚଳରେ ସୋମବାର ପ୍ରଜାମେଳି କରାଯାଇଥିବା ସୂଚନା ମିଳିଛି। ମାଓବାଦୀ ସମ୍ପାଦକ ବେଣୁଙ୍କ ନେତୃତ୍ୱରେ ପଣସପୁଟ୍, ଅଣ୍ଡ୍ରାପଲ୍ଲୀ ଓ ଯୋରାଆମ୍ବ ଅଞ୍ଚଳର ୫୦୦୦ରୁ ଅଧିକ ଆଦିବାସୀ ଏହି ମେଳି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପୋଲିସ ଏସ.ପିଙ୍କ ନେତୃତ୍ୱରେ ସାଧାରଣ ଆଦିବାସୀଙ୍କୁ ଅତ୍ୟାଚାର କରାଯାଉଛି। ଆଦିବାସୀ ଗାଁ ଗୁଡିକରେ ବିଏସଏଫ କ୍ୟାମ୍ପ କରି ଲୋକଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଛି। ସରକାରଙ୍କ ପକ୍ଷରୁ ଏହାକୁ ଆଗାମୀ ଦିନରେ ବନ୍ଦ କରା ନ ଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମାଓବାଦୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅପରେସନ ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରି ମାଓବାଦୀର ଆଖ୍ୟା ଦିଆଯାଉଛି। ଏହା ଅନ୍ୟାୟ। ଏଥିପାଇଁ ଯୋଡାଆମ୍ୱ ପଞ୍ଚାୟତର ଗ୍ରାମବାସୀ ମାନେ ୩ ଜଣ ଦଲାଲଙ୍କୁ ବିଷ ଦେଇ ହତ୍ୟା କରିଥିବା ମାଓସଂଗଠନ ଦାବୀ କରିଛି। ମାଓ ସଂଗଠନ ଆଦିବାସୀମାନଙ୍କ ଉନ୍ନତି ପାଇଁ ଲଢେଇ ଜାରି ରଖିବା ସହ ପୋଲିସ ବିରୋଧରେ ରଣ ହୁଙ୍କାର ଦେଇଛି। ପୋଲିସ ପକ୍ଷରୁ ଏଠାରେ ଅପରେସନ୍ ବନ୍ଦ ନ ହେଲେ ଏହାର ଦୃଢ ଜବାବ ଦିଆଯିବ ବୋଲି ମାଓବାଦୀଙ୍କ ପକ୍ଷରୁ କୁହାଯାଇଛି।

Related story