ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ପରୀକ୍ଷା ଫଳ

କଟକ: ଚଳିତବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। ରେଭେନସା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ କୁଳପତି ଡ଼ ସ୍ମରପ୍ରିୟା ମିଶ୍ର ପରୀକ୍ଷାଫଳକୁ ଆନୁଷ୍ଠାନିକ ଭାବେ ପ୍ରକାଶ କରଛନ୍ତି। ଚଳିତ ବର୍ଷ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ସେଲ୍ଫ ଫାଇନାନ୍ସିଂ ବିଭାଗରେ ମୋଟ ୧୮୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୬୯୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସହାର ରହିଛି ୯୧ ପ୍ରତିଶତ । ଆଦ୍ୟାଶା ପ୍ରିୟଦର୍ଶିନୀ ରେଗୁଲାର ସବଜେକ୍ଟରେ ବେଷ୍ଟ […]

Ravenshaw-University

Rakesh Mallick
  • Published: Thursday, 09 June 2016
  • , Updated: 09 June 2016, 06:26 PM IST

କଟକ: ଚଳିତବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। ରେଭେନସା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ କୁଳପତି ଡ଼ ସ୍ମରପ୍ରିୟା ମିଶ୍ର ପରୀକ୍ଷାଫଳକୁ ଆନୁଷ୍ଠାନିକ ଭାବେ ପ୍ରକାଶ କରଛନ୍ତି। ଚଳିତ ବର୍ଷ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ସେଲ୍ଫ ଫାଇନାନ୍ସିଂ ବିଭାଗରେ ମୋଟ ୧୮୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୬୯୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସହାର ରହିଛି ୯୧ ପ୍ରତିଶତ । ଆଦ୍ୟାଶା ପ୍ରିୟଦର୍ଶିନୀ ରେଗୁଲାର ସବଜେକ୍ଟରେ ବେଷ୍ଟ ଗ୍ରାଜୁଏଟ ହୋଇଥିବା ବେଳେ ପ୍ରଫେସନାଲ କୋର୍ସରେ ସୋନାଲି ପ୍ରଧାନ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି। ଆସନ୍ତାକାଲି ସକାଳ ୧୦ଟା ସମୟରେ ଛାତ୍ରଛାତ୍ରୀମାନେ ravenshawuniversity.ac.in ରେ ପରୀକ୍ଷାପଳ ଦେଖିବା ସହ ମାର୍କସିଟ ଡ଼ାଉନଲୋଡ଼ କରିପାରିବେ।

Related story