ପ୍ରାକୃତିକ ବିପତ୍ତି ତାଲିକାରେ ଯୋଡିହେଲା ଆଉ ଆଠଟି କ୍ଷେତ୍ର

ଭୁବନେଶ୍ୱର: ପ୍ରାକୃତିକ ବିପତ୍ତି ତାଲିକାରେ ରାଜ୍ୟ ସରକାର ଆଉ ଆଠଟି କ୍ଷେତ୍ରକୁ ଯୋଡ଼ିଛନ୍ତି। ଏହି ଆଠଟି କ୍ଷେତ୍ର ହେଲା- ବଜ୍ରପାତ, ଅଂଶୁଘାତ, ଘୂର୍ଣ୍ଣିଝଡ଼, ଝଡ଼ବାତ୍ୟା, ପ୍ରବଳ ବର୍ଷା, ବନ୍ୟା ସମୟ ବାହାରେ ଘଟୁଥିବା ନୌକାବୁଡ଼ି, ପାଣିରେ ବୁଡ଼ି ମୃତ୍ୟୁ, ସାପକାମୁଡ଼ା। ଅଂଶୁଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ ଏଣିକି ୫୦ ହଜାର ଟଙ୍କ। ସହାୟତା ଦିଆଯିବ। ଅନ୍ୟାନ୍ୟ ବିପତ୍ତି ପାଇଁ ଏବେ ୪ ଲକ୍ଷ ଟଙ୍କ। ସହାୟତା ମିଳୁଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମୋଦନକ୍ରମେ ୧୨ଟି କ୍ଷେତ୍ରରେ […]

Odishastat

Odishastat

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 02:09 AM IST

Sports

Latest News

ଭୁବନେଶ୍ୱର: ପ୍ରାକୃତିକ ବିପତ୍ତି ତାଲିକାରେ ରାଜ୍ୟ ସରକାର ଆଉ ଆଠଟି କ୍ଷେତ୍ରକୁ ଯୋଡ଼ିଛନ୍ତି। ଏହି ଆଠଟି କ୍ଷେତ୍ର ହେଲା- ବଜ୍ରପାତ, ଅଂଶୁଘାତ, ଘୂର୍ଣ୍ଣିଝଡ଼, ଝଡ଼ବାତ୍ୟା, ପ୍ରବଳ ବର୍ଷା, ବନ୍ୟା ସମୟ ବାହାରେ ଘଟୁଥିବା ନୌକାବୁଡ଼ି, ପାଣିରେ ବୁଡ଼ି ମୃତ୍ୟୁ, ସାପକାମୁଡ଼ା। ଅଂଶୁଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ ଏଣିକି ୫୦ ହଜାର ଟଙ୍କ। ସହାୟତା ଦିଆଯିବ। ଅନ୍ୟାନ୍ୟ ବିପତ୍ତି ପାଇଁ ଏବେ ୪ ଲକ୍ଷ ଟଙ୍କ। ସହାୟତା ମିଳୁଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମୋଦନକ୍ରମେ ୧୨ଟି କ୍ଷେତ୍ରରେ ବିପନ୍ନ ଲୋକଙ୍କୁ ଅନୁକମ୍ପା ରାଶି ସହ ରିଲିଫ୍ ସହାୟତା ମିଳୁଥିଲା। ସେଗୁଡ଼ିକ ଥିଲା- ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମି, କୁଆପଥର ମାଡ଼, ଭୂସ୍ଖଳନ, ବରଫ ଅତଡ଼ା ଖସିବା, ବାଦଲଫଟା ବର୍ଷା, କୀଟ ଆକ୍ରମଣ ଓ ଶୀତଲହରୀରେ ଘଟୁଥିବା ମୃତ୍ୟୁ। ରାଜ୍ୟ ସରକାରଙ୍କ ବାରମ୍ୱାର ଦାବି ପରେ ତାଲିକାଭୁକ୍ତ ସ୍ଥାନୀୟ ବିପତ୍ତିଗୁଡ଼ିକ ପାଇଁ ରାଜ୍ୟଗୁଡ଼ିକ ରିଲିଫ୍ ଓ ଥଇଥାନ ବାବଦରେ ଏସ୍ ଡି ଆର ଫି ଏଫ୍ ରୁ ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ଦେବାକୁ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ କରିଥିଲେ। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos