‘କବିରଙ୍କୁ ୨୦ ଲକ୍ଷ ଟଙ୍କା ଦିଅ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କବିରଙ୍କ ପରିବାରକୁ ୨୦ ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କରାଯାଉ। ଏହି ଘଟଣାରେ ମାନବାଧିକାର କ୍ଷୁଣ୍ଣ ପାଇଁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ OHRC ଙ୍କୁ କହିବୁ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପତ୍ନୀଙ୍କୁ ଟ୍ରଲିରେ ୯୦ କିମି ଅତିକ୍ରମ କରି କଟକ ଏସ୍‌ସିବିରେ ଭର୍ତ୍ତି କରାଇ ମଧ୍ୟ ବଞ୍ଚାଇ ପାରିନଥିଲେ କବିର। ଆଜି କବିର ଭୋଇଙ୍କ ପରିବାରକୁ ଭେଟିଛନ୍ତି ପ୍ରସାଦ ହରିଚନ୍ଦନ। ପରେ ସେ କହିଛନ୍ତି-“ରାଜ୍ୟରେ […]

prasadharichandan

prasadharichandan

Manoranjan Sial
  • Published: Tuesday, 13 October 2020
  • Updated: 13 October 2020, 03:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କବିରଙ୍କ ପରିବାରକୁ ୨୦ ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କରାଯାଉ। ଏହି ଘଟଣାରେ ମାନବାଧିକାର କ୍ଷୁଣ୍ଣ ପାଇଁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ OHRC ଙ୍କୁ କହିବୁ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପତ୍ନୀଙ୍କୁ ଟ୍ରଲିରେ ୯୦ କିମି ଅତିକ୍ରମ କରି କଟକ ଏସ୍‌ସିବିରେ ଭର୍ତ୍ତି କରାଇ ମଧ୍ୟ ବଞ୍ଚାଇ ପାରିନଥିଲେ କବିର।

ଆଜି କବିର ଭୋଇଙ୍କ ପରିବାରକୁ ଭେଟିଛନ୍ତି ପ୍ରସାଦ ହରିଚନ୍ଦନ। ପରେ ସେ କହିଛନ୍ତି-“ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଦାୟୀ। କବିର ଭୋଇଙ୍କ ପତ୍ନୀଙ୍କ ମୃତ୍ୟୁ ଚିକିତ୍ସା ଅବହେଳା ପାଇଁ ହୋଇଛି। ଚିକିତ୍ସା ଅବହେଳା ଘଟଣାର ତଦନ୍ତ ଏସିଏସ୍‌ଙ୍କ ତତ୍ତ୍ୱାବଧାନରେ ହେଉ।”

ପୁରୀ ଜିଲ୍ଲା ଦାସବିଦ୍ୟାଧରପୁର ଗାଁରେ ବାସ କରନ୍ତି କବିର ଭୋଇ। ପରିବାର କହିଲେ କେବଳ ସ୍ୱାମୀ ଓ ସ୍ତ୍ରୀ ସୁକାନ୍ତି। ଟ୍ରଲି ଟାଣି ଯାହା ଆୟ କରନ୍ତି, ସେତିକିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି। କବିରଙ୍କ କହିବା କଥା, ଆଜିକୁ ପ୍ରାୟ ୧୦ ଦିନ ହେଲା ରୋଗାକ୍ରାନ୍ତ ହୋଇପଡ଼ିଥିଲେ ପତ୍ନୀ ସୁକାନ୍ତି। ତେଣୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ କୁଆଡ଼େ ସେ ୫ ଦିନ ରହିଥିଲେ। କିନ୍ତୁ ଭଲ ନହେବାରୁ ମେଡ଼ିକାଲରେ କୁହାଗଲା କଟକ ନେଇଯିବାକୁ। ଏହାପରେ ସେ ପୁରୀରେ ଏକ ଅଟୋବାଲାକୁ ଯୋଗାଡ଼ କରିଥିଲେ। ଭଡ଼ା ୧୨୦୦ ଟଙ୍କା କହିବାରୁ ମନାକରିଦେଲେ କବିର୍। ଶେଷରେ ଦିନକୁ ୫୦ ଟଙ୍କା ଆକାରରେ ସେ ଗୋଟିଏ ଟ୍ରଲିକୁ ଭଡ଼ାରେ ଆଣିଥିଲେ। ସେଥିରେ ପତ୍ନୀଙ୍କୁ ବସାଇ ପୁରୀରୁ କଟକ ବାହାରିଲେ। ଦୀର୍ଘ ୯୦ କିଲୋମିଟର ଦୂର ଟ୍ରଲିରେ ଯାତ୍ରା ପରେ ଶନିବାର ସକାଳେ ପତ୍ନୀଙ୍କ ସହ କଟକରେ ପହଞ୍ଚିଥିଲେ କବିର। ସେଠାରେ କିଛି ସ୍ୱେଚ୍ଛାସେବୀ ଓ କେତେକ ଗଣମାଧ୍ୟମ ଟିମ୍ କବିରଙ୍କ ପତ୍ନୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥା ରବିବାର ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos