ମୁକୁଳିଲେ ସି-ସୋର୍ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାଶ, କ’ଣ କହିଲେ ଶୁଣନ୍ତୁ

ଭୁବନେଶ୍ୱର: ଜେଲରୁ ମୁକୁଳିଲେ ସି-ସୋର୍ ଚିଟ୍‌ଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାଶ। ତାଙ୍କ ବିରୋଧରେ ଥିବା ୮ଟି ମାମଲାରେ ହାଇକୋର୍ଟ ଓ ତଳକୋର୍ଟରୁ ବେଲ୍ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ବାହାରିଛନ୍ତି ପ୍ରଶାନ୍ତ । କହିଛନ୍ତି, ମେ ୨୯ ମିଡ୍‌ନାଇଟ୍ ଅପରେସନ୍ ପରେ ସି-ସୋରକୁ ସୁନାମି ଆସିଲା। ତେବେ କଣ ପାଇଁ ଏଭଳି ପରିସ୍ଥିତି ଆସିଲା ସେ ଜାଣିନାହାନ୍ତି ବୋଲି କହିଛନ୍ତି। ଅପରପକ୍ଷେ  ଖୁବ୍‌ ଶୀଘ୍ର ଜମାକାରୀଙ୍କ ଅର୍ଥ ଫେରାଇବା ନେଇ କୋର୍ଟରେ […]

ff

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 09:06 PM IST

ଭୁବନେଶ୍ୱର: ଜେଲରୁ ମୁକୁଳିଲେ ସି-ସୋର୍ ଚିଟ୍‌ଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାଶ। ତାଙ୍କ ବିରୋଧରେ ଥିବା ୮ଟି ମାମଲାରେ ହାଇକୋର୍ଟ ଓ ତଳକୋର୍ଟରୁ ବେଲ୍ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ବାହାରିଛନ୍ତି ପ୍ରଶାନ୍ତ । କହିଛନ୍ତି, ମେ ୨୯ ମିଡ୍‌ନାଇଟ୍ ଅପରେସନ୍ ପରେ ସି-ସୋରକୁ ସୁନାମି ଆସିଲା। ତେବେ କଣ ପାଇଁ ଏଭଳି ପରିସ୍ଥିତି ଆସିଲା ସେ ଜାଣିନାହାନ୍ତି ବୋଲି କହିଛନ୍ତି। ଅପରପକ୍ଷେ  ଖୁବ୍‌ ଶୀଘ୍ର ଜମାକାରୀଙ୍କ ଅର୍ଥ ଫେରାଇବା ନେଇ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ପ୍ରଶାନ୍ତ । ଅନ୍ୟପକ୍ଷରେ ପ୍ରଶାନ୍ତଙ୍କୁ ଜାମିନ୍ ପରେ କ୍ଷତିଗ୍ରସ୍ତ ଜମାକାରୀମାନେ ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ସି ସୋର କମ୍ପାନୀ ମାଧ୍ୟମରେ ପ୍ରାୟ ୫୦୦ କୋଟିର  ମହା ଠକେଇରେ  ହଜାର ହଜାର ଜମାକାରୀଙ୍କ ବିଶ୍ୱାସରେ ବିଷ ଦେଇଥିଲେ ପ୍ରଶାନ୍ତ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସି-ସୋର୍ ସମେତ ଓଡ଼ିଶାର ୪୪ଟି ଚିଟ୍‌ଫଣ୍ଡ କମ୍ପାନୀର  ତଦନ୍ତ ଦାୟିତ୍ୱ  ସିବିଆଇ ହାତକୁ ଯାଇଥିଲା । ସିବିଆଇ ସି-ସୋର୍ ବିରୋଧରେ ଦାୟର କରିଥିବା ଚାର୍ଜସିଟ୍‌ରେ ୪୮୭ କୋଟି ଟଙ୍କାର ଠକେଇ କଥା ଉଲ୍ଲେଖ କରିଥିଲା ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରିଭେନସନ୍ ଅଫ୍ ମନିଂ ଲଣ୍ଡରିଂ ଅକ୍ଟ ବଳରେ ସି-ସୋର୍ କଂପାନୀର ୨୪୨ କୋଟି ଟଙ୍କାର ସଂପତ୍ତି ଆଟାଚ୍ କରିଥିଲା  EDର ଚାର୍ଜସିଟ୍ ଅନୁଯାୟୀ, ପ୍ରଶାନ୍ତ ଦାଶ ୨୧ଟି ସେଲ୍ କଂପାନୀ ଓ ୧୩ଟି କୋପରେଟିଭ୍ ସୋସାଇଟି ମାଧ୍ୟମରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରି ଠକିଥିଲେ।୨୦୧୩ ଜୁନ୍ ୨୦ରେ ପ୍ରଶାନ୍ତ ଗିରଫ ହୋଇଥିଲେ। ପ୍ରାୟ ସାଢ଼େ ୪ ବର୍ଷ ସେ ଜେଲରେ ରହି ବେଲ୍‌ ପାଇବା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଠକେଇ ମାମଲାର ଅଭିଯୁକ୍ତ ପ୍ରଶାନ୍ତଙ୍କୁ ମୋଟ ୮ଟି ମାମଲାରେ ହାଇକୋର୍ଟ ଓ ତଳ କୋର୍ଟରୁ ବେଲ୍ ମିଳିଛି । ଅନ୍ୟ ୫ଟି ମାମଲାରେ ତାଙ୍କୁ ପୂର୍ବରୁ ବେଲ୍ ମିଳିସାରିଥିଲା ।  କିଛିଦିନ ତଳେ ଯାଜପୁର, ନବରଙ୍ଗପୁର ଓ ଟିଟିଲାଗଡ଼ରେ ଚାଲିଥିବା ମାମଲାରେ ବି ଜାମିନ ମିଳିବା ପରେ ଆଜି ସେ ଜେଲରୁ ବାହାରିଛନ୍ତି ।

ଅନ୍ୟପକ୍ଷରେ ସି-ସୋର୍ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଏ ଯାଏଁ ଟଙ୍କା ମିଳି ନ ଥିବା ବେଳେ ୩ ଜଣ ଅଭିଯୁକ୍ତ ଜାମିନରେ ବାହାରି ଯିବା ଜମାକାରୀଙ୍କୁ ଚକିତ କରିଛି । ପ୍ରଶାନ୍ତଙ୍କ ପୂର୍ବରୁ ତାଙ୍କ ଭାଇ ପ୍ରଭାତ ଦାଶ ଓ ସି-ସୋର୍ ପାଇଁ ମଧ୍ୟସ୍ଥି ଥିବା ଶୁଭଙ୍କର ନାୟକ ବି ଜାମିନ୍‌ରେ ମୁକୁଳି ସାରିଛନ୍ତି।

https://youtu.be/zkUYWZsfBqI

Related story