ସଂକୀର୍ତ୍ତନ ଦଳରେ ନାଚିଲେ ପ୍ରତାପ ନନା

ନୀଳଗିରି (ବିଶ୍ୱମ୍ୱର ଦାସ): ଗତକାଲି ଥିଲା ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍‌ ହୋଇଥିଲେ। ମୃଦଙ୍ଗ, ଝାଞ୍ଜ ଓ ଗିନି ସହ ତାଳ ଦେଇ ସଂକୀର୍ତ୍ତନ ଦଳ ସହିତ ସେ ନାଚିଥିଲେ। ପୂରା ଭକ୍ତି ଭାବରେ ସେ ନିମଗ୍ନ ହୋଇଯାଇ ଥିଲେ।   ପରେ ସେ ମିତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନିଜ ଜନ୍ମଦିନରେ […]

pratap-sadangi

Manoranjan Sial
  • Published: Monday, 11 November 2019
  • , Updated: 11 November 2019, 05:54 PM IST

ନୀଳଗିରି (ବିଶ୍ୱମ୍ୱର ଦାସ): ଗତକାଲି ଥିଲା ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍‌ ହୋଇଥିଲେ। ମୃଦଙ୍ଗ, ଝାଞ୍ଜ ଓ ଗିନି ସହ ତାଳ ଦେଇ ସଂକୀର୍ତ୍ତନ ଦଳ ସହିତ ସେ ନାଚିଥିଲେ। ପୂରା ଭକ୍ତି ଭାବରେ ସେ ନିମଗ୍ନ ହୋଇଯାଇ ଥିଲେ।

 

ପରେ ସେ ମିତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନିଜ ଜନ୍ମଦିନରେ ଆୟୋଜିତ ରକ୍ତଦାନ ଶିବିର ଓ ଚିକିତ୍ସା ଶିବିର ପରିଦର୍ଶନ କରିଥିଲେ। ପରେ ଗୋରୁଙ୍କୁ କୁଣ୍ଡା ଓ ଘାସ ଖାଇବାକୁ ଦେଇ ଥିଲେ। ଶେଷରେ ଯେଉଁ ଗୁରୁଙ୍କ ଆଶୀର୍ବାଦରେ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି, ତାଙ୍କୁ ସଭା ମଞ୍ଚରେ ପୂଜା କରିଥିଲେ।

Related story