‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ୍‌ ପ୍ରତିଯୋଗିତାରେ ଓଡ଼ିଆ ଝିଅ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ୍‌ ପ୍ରତିଯୋଗିତାରେ ଜଣେ ଓଡ଼ିଆ ଝିଅ।  ଇଣ୍ଡୋନେସିଆର୍ ଜାକର୍ତ୍ତାରେ ହେଉଥିବାର୍ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ଫାଇନାଲିଷ୍ଟ୍‌ ହେଇପାରିଛନ୍ତି  ପ୍ରତୀକ୍ଷା ମିଶ୍ର। ଭିନ୍ନ ଭିନ୍ନ ରାଉଣ୍ଡରେ ଜିତି ଟପ୍ ୨୫ରେ ନିଜର୍ ସ୍ଥାନ ପକ୍କା କରିସାରିଛନ୍ତି ପ୍ରତୀକ୍ଷା। ଇଣ୍ଡିଆନ୍‌ ଫ୍ୟାସନ୍‌ ଫିଏଷ୍ଟା ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା। ଏବେ ସେ ଜାକର୍ତ୍ତା ଯାତ୍ରା କରୁଛନ୍ତି। ପ୍ରତୀକ୍ଷାଙ୍କ ଘର ସମ୍ବଲପୁରରେ। +୨ ସାରି କୃଷି ବିଜ୍ଞାନୀ ହେବା ଲକ୍ଷ୍ୟ ରଖିଥିବା ପ୍ରତୀକ୍ଷାଙ୍କର ଫ୍ୟାସନ୍ […]

heroin

Manoranjan Sial
  • Published: Monday, 11 November 2019
  • , Updated: 11 November 2019, 06:58 PM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ୍‌ ପ୍ରତିଯୋଗିତାରେ ଜଣେ ଓଡ଼ିଆ ଝିଅ।  ଇଣ୍ଡୋନେସିଆର୍ ଜାକର୍ତ୍ତାରେ ହେଉଥିବାର୍ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ଫାଇନାଲିଷ୍ଟ୍‌ ହେଇପାରିଛନ୍ତି  ପ୍ରତୀକ୍ଷା ମିଶ୍ର।

ଭିନ୍ନ ଭିନ୍ନ ରାଉଣ୍ଡରେ ଜିତି ଟପ୍ ୨୫ରେ ନିଜର୍ ସ୍ଥାନ ପକ୍କା କରିସାରିଛନ୍ତି ପ୍ରତୀକ୍ଷା। ଇଣ୍ଡିଆନ୍‌ ଫ୍ୟାସନ୍‌ ଫିଏଷ୍ଟା ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା। ଏବେ ସେ ଜାକର୍ତ୍ତା ଯାତ୍ରା କରୁଛନ୍ତି। ପ୍ରତୀକ୍ଷାଙ୍କ ଘର ସମ୍ବଲପୁରରେ।

+୨ ସାରି କୃଷି ବିଜ୍ଞାନୀ ହେବା ଲକ୍ଷ୍ୟ ରଖିଥିବା ପ୍ରତୀକ୍ଷାଙ୍କର ଫ୍ୟାସନ୍ ଏବଂ ମଡେଲିଂରେ ସୌକ ରହିଛି। ପିଲା ଦିନରୁ ବିଭିନ୍ନ ଫ୍ୟାସନ୍ ସୋ’ରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି ପ୍ରତୀକ୍ଷା। ଆସନ୍ତା ୧୮ରେ ହେବାକୁ ଥିବା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଗ୍ରାଣ୍ଡ ଫିନାଲରେ ପ୍ରତୀକ୍ଷା କମାଲ କରିବେ ବୋଲି ଆଶା ରଖିଛନ୍ତି ତାଙ୍କ ପରିବାର ଲୋକେ।

ପ୍ରତୀକ୍ଷାଙ୍କ ମାଆ କହିଛନ୍ତି-“ପ୍ରତୀକ୍ଷା ପିଲା ବେଳୁ ଟିଭି ଦେଖି ମଡେଲିଂ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ। ମାତ୍ର ମୁଁ ତାଙ୍କୁ ପାଠ ପଢ଼ିବାକୁ ପରାମର୍ଶ ଦେଉଥିଲି। କିନ୍ତୁ ସେ ପାଠ ପଢ଼ିବା ସହିତ ମଡେଲିଂ କରିବ ବୋଲି କହୁଥିଲା। ଏହା ଭିତରେ ମୋତେ କିଛି ନକହି ଅଡିସନ୍‌ ଦେଲା ଓ ସିଲେକ୍‌ସନ୍‌ ମଧ୍ୟ ହେଲା। ଆଉ ତା’ପରେ ସେ ଭାଗ ନେବାକୁ ଯାଉଛି।”

Related story