ଭଣ୍ଡବାବା ରାମପାଲ୍ର ଫଟୋ ରଖି ମୃତ ଶିଶୁକୁ ବଞ୍ଚାଇବାକୁ ପୂଜାଅର୍ଚ୍ଚନା
ପାଟକୁରା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବଳିପାଳ ଗାଁର ଶ୍ରୀଧର ପ୍ରଧାନଙ୍କ ପୁଅ ମହେଶଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତା’ପରେ ମୃତ ପୁଅର ସତ୍କାର କରିବା ପରିବର୍ତ୍ତେ ପରିବାର ଲୋକ ପୂଜାପାଠ ଆରମ୍ଭ କରି ଦେଇଥିଲେ।
ଭଣ୍ଡବାବା ରାମପାଲ୍ର ଫଟୋରଖି ସେମାନେ ଅପେକ୍ଷା କରି ରହିଥିଲେ। ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ, ପ୍ରାୟ ୧୪ଘଣ୍ଟା ଧରି ଏପରି ପୂଜାର୍ଚ୍ଚନା ଚାଲିଥିଲା। ପରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପରିବାର ଲୋକ ପୁଅର ଶବସତ୍କାର କରିଥିଲେ।
ସୂଚନାଯୋଗ୍ୟ, ହତ୍ୟା ଓ ଅନ୍ୟାନ୍ୟ ମାମଲାରେ ଅତ୍ମଘୋଷିତ ବାବା ରାମ୍ପାଲ୍ ଜେଲ୍ରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।