ପୌର ନିର୍ବାଚନ ପୂର୍ବରୁ ବିଜେପି କର୍ମୀଙ୍କୁ ଛୁରା ମାଡ଼

ଜଳେଶ୍ୱର(ଅଜିତ ଦାସ): ରାତି ପାହିଲେ ପୌର ନିର୍ବାଚନ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ଆଜି ସନ୍ଧ୍ୟା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦରେ ଜଣେ ବିଜେପି କର୍ମୀଙ୍କୁ ଛୁରା ମାଡ଼ ହୋଇଛି। ମାତ୍ର ଛୁରା ମାଡ଼ କରିଥିବା ଲୋକଙ୍କ ପରିଚୟ ମିଳିପାରି ନାହିଁ। ଆଜି ସନ୍ଧ୍ୟା ବେଳେ ଜଳେଶ୍ୱର ପୌର ପରିଷଦର ୧୦ ନମ୍ବର ୱାର୍ଡର ବିଜେପି କର୍ମୀ ରାଜେଶ୍ୱର ଅଣ୍ଡିଆ ମନ୍ଦିର ପାଖରେ ଛିଡ଼ା ହୋଇଥିଲେ। ଠିକ୍‌ ଏହି […]

Jaleswar

Manoranjan Sial
  • Published: Wednesday, 23 March 2022
  • , Updated: 23 March 2022, 09:19 PM IST

ଜଳେଶ୍ୱର(ଅଜିତ ଦାସ): ରାତି ପାହିଲେ ପୌର ନିର୍ବାଚନ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ଆଜି ସନ୍ଧ୍ୟା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦରେ ଜଣେ ବିଜେପି କର୍ମୀଙ୍କୁ ଛୁରା ମାଡ଼ ହୋଇଛି। ମାତ୍ର ଛୁରା ମାଡ଼ କରିଥିବା ଲୋକଙ୍କ ପରିଚୟ ମିଳିପାରି ନାହିଁ।

ଆଜି ସନ୍ଧ୍ୟା ବେଳେ ଜଳେଶ୍ୱର ପୌର ପରିଷଦର ୧୦ ନମ୍ବର ୱାର୍ଡର ବିଜେପି କର୍ମୀ ରାଜେଶ୍ୱର ଅଣ୍ଡିଆ ମନ୍ଦିର ପାଖରେ ଛିଡ଼ା ହୋଇଥିଲେ। ଠିକ୍‌ ଏହି ସମୟରେ କେତେକ ଯୁବକ ତାଙ୍କ ଉପରେ ଆତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ଛୁରା ଭୁଶି ଲହୁ ଲୁହାଣ କରି ଦେଇଥିଲେ। ଏପରିକି ତାଙ୍କ ମୁଣ୍ଡକୁ ଇଟାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ରାଜେଶ୍ୱରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଦୌଡ଼ି ଆସିଥିଲେ। ଏହା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି। ସେପଟେ ଛୁରା ମାଡ଼ କରିଥିବା ଦୁର୍ବୃତ୍ତଙ୍କ ପରିଚୟ ମିଳିପାରିନାହିଁ।

ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ନେଇ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିଲା। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ୍‌। ପୌର ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ କିଛି ଯୁବକ ଛୁରା ମାଡ଼ କରି କେମିତି ଚମ୍ପଟ ମାରିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Related story