ଅସ୍ତ୍ରୋପଚାର ବେଳେ ଆଖି ବୁଜିଲେ ଗର୍ଭବତୀ, ଡାକ୍ତରଖାନାରେ ଉତ୍ତେଜନା

ବରଗଡ଼(ଦୀପକ ଶର୍ମା): ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତା ମହିଳା ହେଲେ ବରଗଡ଼ କଟକିଆପଡ଼ାର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକ । ରେଖାଙ୍କର ପ୍ରସବ ବେଦନା ହେବାରୁ ଗତ କାଲି ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର […]

bargad

Niharika Rout
  • Published: Thursday, 26 November 2020
  • , Updated: 26 November 2020, 09:07 AM IST

ବରଗଡ଼(ଦୀପକ ଶର୍ମା): ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତା ମହିଳା ହେଲେ ବରଗଡ଼ କଟକିଆପଡ଼ାର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକ ।

ରେଖାଙ୍କର ପ୍ରସବ ବେଦନା ହେବାରୁ ଗତ କାଲି ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅସ୍ତ୍ରୋପଚାର ବେଳେ ଭୁଲ ଇଞ୍ଜେକସନ ଯୋଗୁ ରେଖା ଓ ତାଙ୍କ ଛୁଆର ମୃତ୍ୟୁ ହୋଇଥିବା ମାନସ ଅଭିଯୋଗ କରିଛନ୍ତି।  ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୁଲିସ୍‌ ମୁତନ କରାଯାଇଛି।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ସାହୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାତ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି।  ଶବ ବ୍ୟବଚ୍ଛେଦ ରିପୋର୍ଟ ଅାସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

Related story