ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଯୌତୁକ ପାଇଁ ଜଣେ ୯ ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରିଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଠର ବାଟିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କ୍ରିଷ୍ଣା ସେଠୀ। କ୍ରିଷ୍ଣାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ସ୍ୱାମୀ ଓ ଶ୍ୱଶୁରଙ୍କୁ ଅଟକ ରଖିଛି। ମିଳିଥିବା […]

deadbody

Tapaswini Nayak
  • Published: Monday, 10 August 2020
  • , Updated: 10 August 2020, 11:09 AM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଯୌତୁକ ପାଇଁ ଜଣେ ୯ ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରିଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଠର ବାଟିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କ୍ରିଷ୍ଣା ସେଠୀ। କ୍ରିଷ୍ଣାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ସ୍ୱାମୀ ଓ ଶ୍ୱଶୁରଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ କ୍ରିଷ୍ଣାଙ୍କ ସହିତ ତାଙ୍କ ସ୍ୱାମୀ ସିଦ୍ଧାନ୍ତଙ୍କର କୌଣସି କଥାକୁ ନେଇ ପାଟି ତୁଣ୍ଡ ହୋଇଥିଲା। ଏହାପରେ ସନ୍ଧ୍ୟାରେ କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା।

ଯୌତୁକ ପାଇଁ କ୍ରିଷ୍ଣାଙ୍କୁ ଶ୍ୱଶୁର ଘର ଲୋକେ ବାରମ୍ବାର ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ। ସେମାନେ ତାଙ୍କୁ ମାରି ଟାଙ୍ଗି ଦେଇଥିବା ମୃତ ମହିଳାଙ୍କ ବାପ ଘର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଦୁଇବର୍ଷ ପୂର୍ବେ କ୍ରିଷ୍ଣା ସିଦ୍ଧାନ୍ତ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ।

Related story