ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ୧୫ କିଲୋମିଟର ଟୋକେଇରେ ବୁହା ହେଲେ ପ୍ରସୂତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାଦୁଆ ଗାଁରେ।
ଏହି ଗାଁର ରବିନ୍ଦ୍ର ନାୟକଙ୍କ ପତ୍ନୀ ହୀରାମଣି ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ଏହା ଛୁଆଟି ଅର୍ଦ୍ଧ ପ୍ରସବ ଅବସ୍ଥାରେ ରହିଥିଲା।
ଏହା ଦେଖି ଗାଁ ଲୋକେ ହୀରାମଣିଙ୍କୁ ଡାକ୍ତରଖାନା ନେବା କଥା ଚିନ୍ତା କରିଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ଗାଡ଼ି କିମ୍ବା ଆମ୍ବୁଲାନ୍ସ ଆସିବାର ସମ୍ଭାବନା ନଥିଲା। ତେଣୁ ଲୋକେ ଟୋକେଇରେ ତୋଳା କରି ମହିଳାଙ୍କୁ ୧୫ କିଲୋମିଟର ରାସ୍ତା ତଳବୁରାଢ଼ାଲ ପର୍ଯ୍ୟନ୍ତ ଆଣିଥିଲେ।
ସେଠାରୁ ସରକାରୀ ଗାଡ଼ିରେ ମହିଳାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଖୁସି ଖବର; ବାଦ ପଡ଼ିଥିବା ୨୨% ମହିଳାଙ୍କୁ ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା
ଆସନ୍ତାକାଲି ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା।
Accident
ଏମିତି ଆସି ମୃତ୍ୟୁ; ବାଲିଯାତ୍ରା ବୁଲିଲା ବେଳେ ଟଳିପଡ଼ିଲେ ଯୁବକ
ଗତକାଲି ପ୍ରମୋଦ ନିଜର ୪ ସାଙ୍ଗ ମାନଙ୍କ ସହ ବାଲିଯାତ୍ରା ଆସିଥିଲେ।
Politics
ବବିଙ୍କ ଭାଇ ଭବଙ୍କୁ ବାନ୍ଧିଲା ପୁଲିସ
ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୁଲିସ।