ରାତିରେ ଦ୍ରୁତ ଗତିରେ ଧାଇଁ ଚାଲିଥିଲା ଏକ୍ସପ୍ରେସ ଟ୍ରେନ୍‌, ହଠାତ୍‌ ଶୁଭିଲା କୁଆଁ କୁଆଁ ରାବ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଅନ୍ଧାର ରାତି। ତାହାରି ଭିତରେ ଛୁକ୍‌ ଛୁକ୍‌ ଶବ୍ଦ କରି ଦ୍ରୁତ ଗତିରେ ଧାଇଁ ଚାଲିଥିଲା କୋରାପୁଟ-ରାଉରକେଲା ଏକ୍ସପ୍ରେସ। ସେହି ନିଶବ୍ଦ ରାତିରେ କିନ୍ତୁ ବଗିରେ ଶୁଭିଥିଲା କୁଆଁ କୁଆଁ ଶବ୍ଦ। ଲୋକାରଣ୍ୟ ଜେନେରାଲ୍‌ ବଗି ଭିତରେ ଶିଶୁପୁତ୍ର ଜନ୍ମ ଦେଇଥିଲେ ସମ୍ୱଲପୁର ଜିଲ୍ଲା ବୁର୍ଲା ସହରର ଶଙ୍କର୍ଷଣ ପାତ୍ରଙ୍କ ପତ୍ନୀ କୁନି। ବଲାଙ୍ଗିର ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକିବା ପରେ ମାଆ ଓ ଛୁଆଙ୍କୁ ୧୦୮ ଆମ୍ୱୁଲାନ୍ସରେ ନିଆଯାଇ ଭୀମଭୋଇ ମେଡିକାଲ […]

Train

Train

Manoranjan Sial
  • Published: Thursday, 18 August 2022
  • Updated: 18 August 2022, 07:47 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଅନ୍ଧାର ରାତି। ତାହାରି ଭିତରେ ଛୁକ୍‌ ଛୁକ୍‌ ଶବ୍ଦ କରି ଦ୍ରୁତ ଗତିରେ ଧାଇଁ ଚାଲିଥିଲା କୋରାପୁଟ-ରାଉରକେଲା ଏକ୍ସପ୍ରେସ। ସେହି ନିଶବ୍ଦ ରାତିରେ କିନ୍ତୁ ବଗିରେ ଶୁଭିଥିଲା କୁଆଁ କୁଆଁ ଶବ୍ଦ। ଲୋକାରଣ୍ୟ ଜେନେରାଲ୍‌ ବଗି ଭିତରେ ଶିଶୁପୁତ୍ର ଜନ୍ମ ଦେଇଥିଲେ ସମ୍ୱଲପୁର ଜିଲ୍ଲା ବୁର୍ଲା ସହରର ଶଙ୍କର୍ଷଣ ପାତ୍ରଙ୍କ ପତ୍ନୀ କୁନି। ବଲାଙ୍ଗିର ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକିବା ପରେ ମାଆ ଓ ଛୁଆଙ୍କୁ ୧୦୮ ଆମ୍ୱୁଲାନ୍ସରେ ନିଆଯାଇ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଶଙ୍କର୍ଷଣ ପାତ୍ର ରାୟଗଡା ଜିଲ୍ଲା ଟିକିରିଠାରେ ଏକ କମ୍ପାନୀରେ ଚାକିରି କରନ୍ତି। ସେ ସେଠାରେ ଘର ଭଡ଼ା ନେଇ ପତ୍ନୀ ଓ ଦୁଇ ଝିଅଙ୍କ ସହ ରୁହନ୍ତି। ବୁଧବାର ସକାଳେ ତାଙ୍କ ପତ୍ନୀ କୁନି ପ୍ରସବ ବେଦନା ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ଚେକ୍‌ଅପ୍‌ କରିବା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରିବା ପାଇଁ ଶ୍ରୀ ପାତ୍ରଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଶ୍ରୀ ପାତ୍ର ତାଙ୍କ ପତ୍ନୀଙ୍କୁ ବ୍ରହ୍ମପୁର ନେବା ପରିବର୍ତ୍ତେ ବୁର୍ଲା ଭିଏସ୍ଏ‌ସ୍‌ ମେଡିକାଲ୍‌ ହସ୍ପିଟାଲକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ।

[caption id="attachment_758661" align="aligncenter" width="650"]Sambalpur ମେଡିକାଲ୍‌ ବେଡ୍‌ରେ ମାଆ ଓ ପୁଅ। ପାଖରେ ବସିଛନ୍ତି ଦୁଇ ଝିଅ[/caption]

ବୁଧବାର ରାତି ୮ ଟାରେ ଶଙ୍କର୍ଷଣ ପାତ୍ର, ତାଙ୍କ ପତ୍ନୀ କୁନି ଓ ଦୁଇ ଟିକିରି ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ କୋରାପୁଟ-ରାଉରକେଲା ଏକ୍ସପ୍ରେସ ଟ୍ରେନ୍‌ରେ ବୁର୍ଲା ଅଭିମୁଖେ ବାହାରି ଥିଲେ। ତେବେ ଟିଟିଲାଗଡ଼ ରେଳ ଷ୍ଟେସନରେ କୁନିଙ୍କ ପ୍ରସବ ବେଦନା ବଢ଼ି ଥିଲା। ଏହା ଦେଖି ଟ୍ରେନ୍‌ ଭିତରେ ମୁତୟନ ଥିବା ଆର୍‌ପିଏମ୍‌ମାନେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଥିଲେ। ସଇଁନ୍ତଲା ରେଳ ଷ୍ଟେସନ ଅତିକ୍ରମ କଲା ବେଳେ କୁନି ଶିଶୁପୁତ୍ର ଜନ୍ମ ଦେଇଥିଲେ।

ଟ୍ରେନ୍‌ ବଗିରେ ପିଲା ଜନ୍ମ ହୋଇଥିବା ନେଇ ଆର୍‌ପିଏଫ୍‌ ବଲାଙ୍ଗିର ରେଳ ଷ୍ଟେସନ ମ୍ୟାନେଜରଙ୍କୁ ସୂଚନା ଦେଇଥିଲେ। ଟ୍ରେନଟି ରାତି ୧ଟା ୧୭ ମିନିଟ୍‌ରେ ବଲାଙ୍ଗିର ରେଳ ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍‌ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ ଥିଲା ୧୦୮ ଆମ୍ୱୁଲାନ୍ସ। ସଙ୍ଗେ ସଙ୍ଗେ ମାଆ ଓ ନବଜାତ ଶିଶୁ ପୁତ୍ରକୁ ଆମ୍ୱୁଲାନ୍ସରେ ନିଆଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଶିଶୁପୁତ୍ରକୁ ଏବେ ଏସ୍‌ଏନ୍‌ସିୟୁରେ ରଖାଯାଇଛି। ଉଭୟ ମାଆ ଓ ଶିଶୁ ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos